Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପାଣି ପାଇପରୁ ବାହାରୁଛି ରେଡ୍ ଓ୍ୱାଇନ: ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ, ଦେଖନ୍ତୁ ଭିଡିଓ

7/03/2020 at 4:24 PM

ବୋଲୋଗନା ୦୭|୦୩:   ଇଟାଲୀର ବୋଲୋଗନା ନାମକ ଏକ ଗ୍ରାମରେ ଚକିତ କଲା ଭଲି ଘଟଣା ସାମ୍ନାକୁ ଆସିଛି। ଯାହା ସେଠାକର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣଙ୍କ ଘରେ ପାଣି ପାଇପରେ ପାଣି ନଆସି ଲାଇମବ୍ରୁସକୋ ରେଡ୍ ଓ୍ୱାଇନ୍ ବାହାରିଥିଲା।

ତେବେ ନିକକଟରେ ଥିବା ଏକ ମଦ ଫାକ୍ଟ୍ରିରେ କୌଣସି ସମସ୍ୟା ହେତୁ ଲୋକଙ୍କୁ ପାଣି ଯୋଗାଣ ବନ୍ଦ ହୋଇଯାଇଥିଲା। ପାଇପରେ ଓ୍ୱାଇନ ଆସିଥିଲେ ମଧ୍ୟ ଲୋକମାନେ ଏହାକୁ ନଫିଙ୍ଗି ବ୍ୟବହାର କରିଥିଲେ। କିଛି ସ୍ଥାନୀୟ ଲୋକ ଏହି ଘଟଣା ପରେ ପାଣିଯୋଗାଣର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଅନେକ ଲୋକ ଏହାକୁ ବୋତଲରେ ଭର୍ତ୍ତି କରିନେଇଥିଲେ। ଏହାକୁ ସେମାନେ ଲଞ୍ଚ୍, ଡିନର ଓ ପରେ ବ୍ୟବହାର କରିବା ପାଇଁ ବୋତଲରେ ସଂଗ୍ରହ କରିଥିଲେ।

ଆଉଜଣେ ବ୍ୟକ୍ତି କହିଛନ୍ତି ଯେ,  ଏହା ଏକ ପବ୍ଲିସିଟି ଷ୍ଟଣ୍ଟ୍ କିମ୍ବା ଜୋକ ଜାଣିହେଉ ନାହିଁ। ତେବେ ଏହା ଏକ ଗମ୍ଭୀର ସମସ୍ୟା। ଏହାର ତଦନ୍ତ କରାଯିବା ଆବଶ୍ୟକ। ଏହାକୁ ନେଇ ହସିବା ଅନୁଚିତ। ଏହା ଛୋଟ କଥା ନୁହେଁ। ଏହି ଘଟଣା ପରେ ମଦ ଫାକ୍ଟ୍ରି ଫେସବୁକରେ କ୍ଷମା ପାର୍ଥନା କରିଛି।

   Related Posts