Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||

ରେଡ ଓ୍ବାଇନ୍ ଅନ୍ତ(ଖାଦ୍ୟନଳୀ) ପାଇଁ ଲାଭଦାୟକ : ଜାଣନ୍ତୁ ଏହାର ଅନ୍ୟାନ୍ୟ ଫାଇଦା ବିଷୟରେ

4/09/2019 at 1:30 PM

ଗବେଷଣାରୁ ଜଣା ପଡ଼ିଛି ଯେ ଯେଉଁ ବ୍ୟକ୍ତିମାନେ ରେଡ ଓ୍ବାଇନ୍ ସେବନ କରନ୍ତି ସେମାନଙ୍କ ଅନ୍ତରେ ମାଇକ୍ରୋବାୟୋଟାର ବିବିଧତା ବଢ଼ିଯାଇଥାଏ ଏବଂ ଏହା ସହିତ କ୍ଷତିକାରକ କୋଲେଷ୍ଟୋଲ୍ ଏବଂ ମେଦବହୁଳତାର ସ୍ତର କମିଯାଇଥାଏ।

ଅନ୍ତରେ କ୍ଷତିକାରକ ଜୀବାଣୁଙ୍କ ତୁଳନାରେ ଲାଭକାରୀ ଜୀବାଣୁଙ୍କ ଅସନ୍ତୁଳନ ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯେପରିକି ରୋଗ ପ୍ରତିରୋଧକ କ୍ଷମତାର ଅଭାବ,ଓଜନ ବୃଦ୍ଧି କିମ୍ବା ହାଇ କୋଲେଷ୍ଟୋଲ । ଜଣେ ବ୍ୟକ୍ତିଙ୍କ ଅନ୍ତରେ ମାଇକ୍ରୋବାୟୋମରେ ବ୍ୟାକ୍ଟେରିଆର ପ୍ରଜାତି ବେଶୀ ଥିଲେ ଅନ୍ତ ସୁସ୍ଥ ରହିଛି ବୋଲି ଜଣାଯାଏ।

  ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛୁ କିନ୍ତୁ ମାଇକ୍ରୋବାୟୋମରେ ବିୟର,ସାଇଡର,ରେଡ ଓ୍ବାଇନ୍ ଏବଂ ସ୍ପିରିଷ୍ଟର ପ୍ରଭାବ ବିଷୟରେ ଜଣା ପଡ଼ିଥିଲା। ଏଥିରୁ ଜଣା ପଡ଼ିଥିଲା ଯେ ଯେଉଁମାନେ ରେଡ ଓ୍ବାଇନ୍ ସେବନ କରିନଥାଆନ୍ତି ସେମାନଙ୍କ ତୁଳନାରେ ରେଡ ଓ୍ବାଇନ୍ ସେବନ କରୁଥିବା ବ୍ୟକ୍ତିଙ୍କ ଅନ୍ତ୍ରରେ ମାଇକ୍ରୋବାୟୋମ ଅଧିକ ଦେଖାଯାଇଛି।

ରେଡ ଓ୍ବାଇନ୍ ପିଉଥିବା ବ୍ୟକ୍ତିଙ୍କ ଅନ୍ତ୍ରରେ ମାଇକ୍ରୋବାୟୋଟାରେ ଜୀବାଣୁଗୁଡ଼ିକର ବିଭିନ୍ନ ପ୍ରଜାତି ବହୁମାତ୍ରାରେ ଥାଆନ୍ତି। ଏହା ବୋଧହୁଏ ରେଡ ଓ୍ବାଇନରେ ଅଧିକ ମାତ୍ରାରେ ଥିବା ପଲିଫିନୋଲ୍ସ ଯୋଗୁଁ ହୋଇପାରେ।

ପଲିଫିନୋଲ୍ସ ଏକ ଏପରି କେମିକାଲ ଯାହା ସ୍ବାଭାବିକ ଭାବେ କେତେକ ଫଳ ଏବଂ ପରିବାରେ ମିଳିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ସହ ଅନେକ ପ୍ରକାରର ଲାଭଦାୟକ ତତ୍ତ୍ବ ରହିଥାଏ ଯାହା ଆମ ଅନ୍ତ୍ରରେ ଥିବା ମାଇକ୍ରୋବ୍ସ ପାଇଁ ଇନ୍ଧନ ପାଇଁ କାମ କରିଥାଏ।

   Related Posts