Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା : ୧୦ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

19/08/2020 at 4:26 PM

ଭୁବନେଶ୍ବର ୧୯।୮: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ୍ବେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇ  ୨୪ ଘଣ୍ଟା ମଧ୍ୟରେ  ଉତ୍ତର  ପଶ୍ଚିମ ଆଡକୁ ଗତି କରିବ ।  ରାଜ୍ୟରେ ଆହୁରି ୨୪ ଘଣ୍ଟା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ । ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୧୦ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୧ ୦ ଜିଲ୍ଲା ହେଉଛି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୋଳ । ସେହିଭଳି ୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ୯ଟି ଜିଲ୍ଲା ହେଉଛି କେନ୍ଦୁଝର, ଦେବଗଡ, ସମ୍ବଲପୁର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଆସନ୍ତା ୨୩  ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ବଳୟ ସୃଷ୍ଟହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷା ଫଳରେ ରାଜ୍ୟର ଅନେକ ତଳି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ ।   ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୨୧ ତାରିଖରୁ ରାଜ୍ୟରେ ବର୍ଷା କମିବା ନେଇ ଆକଳନ କରାଯାଇଥିବା ବେଳେ  ୨୩ ତାରିଖରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଥିବାରୁ ୨୩ ତାରିଖରୁ ପୁଣି ବର୍ଷା ବଢିବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟା ଭିତରେ ବାଲେଶ୍ବର ରାଜଘାଟରେ ସର୍ବ।ଧିକ ୧୫୦.୪ ମିମି, ଚନ୍ଦନପୁର ୧୪୩.୨ ମିମି ବର୍ଷା, ଜଳେଶ୍ବର ୧୧୫ ମିମି, ମାର୍ଶାଘାଇରେ ୧୧୪ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ମାଲାକାନଗିରି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକା ବର୍ଷା ହେଇଥିବା ବେଳେ ବାଲେଶ୍ବର, ଖୋର୍ଦ୍ଧା ଓ ନବରଙ୍ଗପୁର ଭଳି କିଛି ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି । ​

ସେପଟେ ୩ ଦିନ ଧରି ଝାଡଖଣ୍ଡ, ଛତିଶଗଡରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ମହାନଦୀରେ ଜଳସ୍ତର ବଢିବ । ଏହାସହ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବ୍ରାହ୍ମଣୀ ନଦୀରେ ଜଳସ୍ତର ମଧ୍ୟ ବଢିବା ନେଇ ଆକଳନ ଲଗାଇଛନ୍ତି କୃଷି ପାଣିପାଗ ବିଷାରଦ । କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ତଳିଆ ଅଞ୍ଚଳରେ ପାଣି ଜମିବା ସହ ଚାଷ ଜମି ଜଳମଗ୍ନ ​‌ହେବା​ ସହ କଚ୍ଚାଘର ଭାଙ୍ଗିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଷାରଦ ।

   Related Posts