ବିପଦରେ ପାରଳାଖେମୁଣ୍ଡିରେ ଥିବା ଦକ୍ଷିଣ ଏସିଆର ସର୍ବବୃହତ୍ତ ରକ୍ତ ଚନ୍ଦନ ବଣ : ଚନ୍ଦନ ତସ୍କରଙ୍କୁ ମୁକାବିଲା କରିପାରୁନି ବନ ବିଭାଗ

Published By : Prameya-News7 Bureau | September 07, 2019 IST

ପାରଳାଖେମୁଣ୍ଡି ୭|୯: ବିପଦରେ ରକ୍ତ ଚନ୍ଦନ ବଣ । ପାରଳାଖେମୁଣ୍ଡି ବନ ଅଧିନରେ ଥିବା ଏହି ବଣ ଦକ୍ଷିଣ ଏସିଆର ଏକ ମାତ୍ର ସ୍ଥାନ ଯେଉଁଠି ଭରି ରହିଛି ଏହି ମୂଲ୍ୟବାନ ଗଛ  । ତେବେ ମୁକୁଳା ପଡିଥିବା ଏହି ମୂଲ୍ୟବାନ ଗଛକୁ ସୁରକ୍ଷା ଦେବାରେ ବନ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି  । ଫଳରେ ଉପରେ ପଡିଛି ଚନ୍ଦନ ମାଫିଆଙ୍କ ନଜର । ପ୍ରତିଦିନ ଏହି ଗଛକୁ କାଟି ନେଉଛନ୍ତି ମାଫିଆ  ।

{"id":154485}

ଏହି ରାକେଟକୁ ଧରିବାରେ ବନ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି । ଆନ୍ଧ୍ର ପୁଲିସ ହାତରେ ଗତ କିଛି ଦିନ ତଳେ ଚନ୍ଦନ ଦସ୍ୟୁ ଧରାପଡିବା ପରେ ଏହା ଲୋକଲୋଚନକୁ ଆସିଥିଲା  । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ତେବେ ଅସ୍ତ୍ର ଅଭାବ ଯୋଗୁଁ ଏହାକୁ ସୁରକ୍ଷା ଦେବା କଷ୍ଟ ହୋଇପଡିଥିବା ସଫେଇ ଦେଇଛି ବନବିଭାଗ  ।

{"id":154486}

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ ବିଭାଗ ଅଧୀନସ୍ଥ ମହେନ୍ଦ୍ରଗିରି ବନାଂଚଳରେ ଅଧୀନରେ ରହିଛି ରକ୍ତ ଚନ୍ଦନ ବଣ ।  ପାରଳା ମହାରାଜାଙ୍କ ତତ୍ବାବଧାନରେ ସୃଷ୍ଟି ହୋଇଥିବା ଏହି ରକ୍ତ ଚନ୍ଦନ ବଣ ଦକ୍ଷିଣ ଏସିଆର ବୃହତ ଅଂଚଳ ବୋଲି କୁହାଯାଏ ।  ଔଷଧୀୟ ଗୁଣରେ ଭରପୁର ଏହି ବଣ ଏବେ ମାପିଆଙ୍କ ଲୋଲୁପ ଦୃଷ୍ଟିରେ  । ପ୍ରତିଦିନ ଏହି ବଣରୁ ମୂଲ୍ୟବାନ ଗଛକୁ କାଟି ନେଇ ମାପିଆ ମାନେ ଦିଲ୍ଲୀ ଚାଲାଣ କରୁଥିବା ବେଳେ ଏହାକୁ ରୋକିବାରେ ବନ ବିଭାଗ ସଂପୂର୍ଣ୍ଣ ବିଫଳ  ।

{"id":154487}

ଗତ କିଛି ଦିନ ତଳେ କିଛି ରକ୍ତ ଚନ୍ଦନ ଗଣ୍ଡିକୁ ଧରି ବିଶାଖପାଟଣା ଅଭିମୁଖେ ଯାଉଥିବା ବେଳେ ଆନ୍ଧ୍ରର ମେଳିଆପୁଟି ପୁଲିସ ହାତରେ ଧରାପଡିବା ପରେ ଏହି ରାକେଟ ସଂପର୍କରେ ପର୍ଦ୍ଦାଫାସ ହୋଇଥିଲା । ଏହା ଭାୟା ବିଶାଖପାଟଣା ଦେଇ ଦିଲ୍ଲୀ ପଠାଯାଉଥି୍ବା ଆନ୍ଧ୍ର ପୁଲିସ ସ୍ପଷ୍ଟ କରିଥିଲା  । କେବଳ ସେତିକି ନୁହେଁ, ଏହାକୁ ସୁରକ୍ଷା ଦେବାରେ ଓଡିଶା ବନବିଭାଗ କେତେ ତତ୍ପର ତାହା ମଧ୍ୟ ପଦାରେ ପଡିଛି  ।

{"id":154488}

ହଜାର ହଜାର ଗଛ ମଧ୍ୟରୁ ବର୍ତମାନ ହାତଗଣତି କିଛି ଗଛକୁ ବାଦଦେଲେ ବଳକା ସବୁ ଚାଲାଣ ହୋଇସାରିଥିବା ଲୋକେ ଅଭି୍ଯୋଗ କରିବା ସହ ବନବିଭାଗର ଦାଯିତ୍ବହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି  ।

{"id":154489}

ଗତ କିଛି ଦିନ ତଳେ ଆନ୍ଧ୍ରର ମେଳିଆପୁଟି ପୁଲିସ ହାତରେ ଧରାପଡିଥିଲେ 3ଜଣ ଚନ୍ଦନ ଦସ୍ୟୁ  । ଏକ କାର ଯୋଗେ ୪ଟି ରକ୍ତ ଚନ୍ଦନ ଗଣ୍ଡିକୁ ଚାଲାଣ କରୁଥିବା ବେଳେ ଧରିଥିଲା ଆନ୍ଧ୍ର ପୋଲିସ । ସେମାନଙ୍କୁ ପଚରା ଉଚୁରା ସମୟରେ ଏହି କାଠ ଭାୟା ବିଶାଖପାଟଣା ଦେଇ ଦିଲ୍ଲୀ ଚାଲାଣ ହେଉଥିବା କହିଥିଲେ ବୋଲି ପୁରୁଣାପାଟଣା ସିଆଇ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  । ଏଥିରୁ ସ୍ପଷ୍ଟ ହେୋଉଛି ଯେ, ଚନ୍ଦନ ବଣ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି ଏବଂ ବନ ବିଭାଗ ସୁରକ୍ଷା ଦେବହାରେ ବିଫଳ  । 

{"id":154490}

ତିତଲି ବାତ୍ୟାରେ ବହୁ ଗଛ ଭୂଇଁରେ ଲୋଟିପଡିଥିଲା  । ଏହାକୁ ସଂଗ୍ରହ କରି ରଖାଯାଇଥିବା ବନ ବିଭାଗ କହିଛି  । ତେବେ ବଳକା ଗଛକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବନ ବିଭାଗ ଅସ୍ତ୍ର ଅଭାବକୁ ଦାୟୀ କରିଛି  । ମାଫିଆମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଗଛ କାଟୁଛନ୍ତି  । ତେବେ ସେମାନଙ୍କୁ ଧରିବା ସମୟରେ ସେମାନେ ଆକ୍ରମଣ କରିବା ସମ୍ଭବନା ରହିଛି  । ଏଭଳି ସ୍ଥଳେ କେବଳ ବାଡି ଖଣ୍ଡିଏ ଧରି କିଭଳି ଜଣେ ଏହାକୁ ସୁରକ୍ଷା ଦେଇପାରିବ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି  ।

{"id":154491}

ଦକ୍ଷିଣ ଏସିଆର ଗୁରୁତ୍ବପୂର୍ଣ୍ଣ ଏହି ସ୍ଥାନକୁ ସୁରକ୍ଷା ଦେବା ପାଇଁ ସରକାରୀ ସ୍ତରରେ ମଧ୍ୟ ଏଯାଏଁ ଚିନ୍ତା ହୋଇନାହିଁ  । ଫଳରେ ଏହା ମୁକୁଳା ପଡିଛି  ।  ତେବେ ଏହା ଉପରେ ଉଭୟ ବନ ବିଭାଗ ଏବଂ ସରକାର କେବେ ସଚେତନ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.