Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ରେଡ ଲାଇଟ ଏରିଆରେ କିସ୍ କରିବା ଏବଂ ଦୀର୍ଘ ନିଃଶ୍ବାସ ନେବା ଉପରେ ଲାଗିଲା ବ୍ୟାନ୍

3/07/2020 at 11:25 AM

କରୋନା ଭାଇରସ୍ ଯୋଗୁଁ ଲାଗିଥିବା ଲକଡାଉନ୍ ଏବେ ଦେଶବ୍ୟାପି ଧୀରେ ଧୀରେ ସରି ସରି ଆସୁଛି କିମ୍ବା ଏଥିରେ କୋହଳ କରାଯାଉଛି।  ନେଦରଲାଣ୍ଡ ଏବଂ ଥାଇଲାଣ୍ଡର ସରକାର ନିଜ ଦେଶର ବେଶ୍ୟାଳୟ ଏବଂ ରେଡ ଲାଇଟ ଏରିଆକୁ ଖୋଲିବାର ଅନୁମତି ଦେଇଛନ୍ତି। କିନ୍ତୁ କେତେକ ପ୍ରତିବନ୍ଧକ ସହ ଆପଣ ରେଡ ଲାଇଟ୍ ଏରିଆ ଯାଇ ପାରିବେ। ସେଠାରେ ଆପଣ କିସ୍ କରିପାରିବେ ନାହିଁ କି ଦୀର୍ଘ ନିଃଶ୍ବାସ ନେଇପାରିବେ ନାହିଁ।

ବ୍ୟାଙ୍କକର ରେଡ ଲାଇଟ୍ ଏରିଆ ୩ମାସ ବନ୍ଦ ରହିବା ପରେ ଜୁଲାଇ ୧ତାରିଖରୁ ଖୋଲି ଯାଇଛି। ଥାଇଲାଣ୍ଡର ବାର୍,କାରାଓକେ ଭେନ୍ୟୁ,ମସାଜ ପାର୍ଲର ଆଦି ବି ଖୋଲିଯାଇଛି। କାରଣ ଗତ ୩୭ଦିନ ହେବ ଏହି ଦେଶରେ କରୋନାର ଗୋଟିଏ ବି ଲୋକାଲ୍ କେସ୍ ସାମନାକୁ ଆସିନାହିଁ। ଏବେ ହଜାର ହଜାର ଦେହଜୀବି ନିଜ କର୍ମକ୍ଷେତ୍ରକୁ ଫେରି ଆସିଛନ୍ତି।

ରେଡ ଲାଇଟ୍ ଏରିଆରେ ଯାଉଥିବା ଲୋକଙ୍କୁ କିଛି ପ୍ରତିବନ୍ଧକ ସହ ସେଠାକୁ ଯିବାକୁ ପଡ଼ିବ। ସେମାନେ ନିଜ ମୁହଁରୁ ମାସ୍କ ଖୋଲିବେ ନାହିଁ। ନିଜକୁ ପ୍ରଥମେ ଭଲ ଭାବେ ସାନିଟାଇଜ କରିବେ। କିସ୍ କରିବେ ନାହିଁ କି ଦୀର୍ଘ ନିଃଶ୍ବାସ ନେବେ ନାହିଁ।

ରେଡ ଲାଇଟ୍ ଏରିୟାରେ ଯିବା ପୂର୍ବରୁ ସମସ୍ତ ଗ୍ରାହକଙ୍କ ତାପମାତ୍ରା ଚେକ୍ କରାଯିବ। ତାଙ୍କ ପୂରା ଠିକଣା,ନାଁ,ଫୋନ୍ ନମ୍ବର ନୋଟ୍ କରାଯିବ। କେବଳ ଏତିକି ନୁହେଁ ବରଂ ଡାନ୍ସ ବାର୍ ଯାଉଥିବା ଲୋକଙ୍କୁ ଷ୍ଟେଜରୁ ୨ମିଟର ଦୂରରେ ବସିବାକୁ ପଡ଼ିବ। ଭିତରେ ଥିବା ଲୋକଙ୍କଠୁ ମଧ୍ୟ ୧ମିଟର ଦୂରତା ରଖିବାକୁ ପଡ଼ିବ।

ନେଦରଲାଣ୍ଡରେ ମଧ୍ୟ ଜୁଲାଇ ୧ରୁ ରେଡ ଲାଇଟ୍ ଏରିଆ ଖୋଲି ଯାଇଛି। ଏଠାରେ ମଧ୍ୟ ଠିକ୍ ଏପରି ନିୟମ ଲାଗୁ କରାଯାଇଛି ଯେପରି ଥାଇଲାଣ୍ଡରେ ରହିଛି।

   Related Posts