ଏହି ମହିଳାଙ୍କୁ କୁହାଯାଏ ‘ରେଡ ଲେଡି’ : କେଶ,ପୋଷାକଠୁ ଆରମ୍ଭ କରି ସବୁ ଜିନିଷର ରଙ୍ଗ ଲାଲ
25/10/2019 at 12:10 PM

ବୋସନିଆ ୨୫/୧୦: ବିଶ୍ବରେ ଏପରି ଅନେକ ଲୋକ ରହିଛନ୍ତି, ଯେଉଁମାନେ ନିଜର ଅଦ୍ଭୁତ ସୌକ ପାଇଁ ପ୍ରସିଦ୍ଧ ଅଟନ୍ତି। ଏପରି ଜଣେ ମହିଳା ହେଉଛନ୍ତି ଜୋରିକା ରିବରନିକ। ସେ ବ୍ରୋସନିଆର ବାସିନ୍ଦା। ତାଙ୍କୁ ଲାଲ ରଙ୍ଗ ଏତେ ପସନ୍ଦ ଯେ ସେ ତାଙ୍କ କେଶର ରଙ୍ଗ ବି ଲାଲ କରିଛନ୍ତି। ଏପରିକି ସେ ସବୁବେଳେ ଲାଲ ରଙ୍ଗର ପୋଷାକ ପିନ୍ଧିଥାଆନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜୋରିକାଙ୍କ ଘରର ସବୁ ଜିନିଷ ମଧ୍ୟ ଲାଲ ରଙ୍ଗର।

୬୭ ବର୍ଷ ବୟସ୍କା ଜୋରିକା ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ସେ କହିଛନ୍ତି ଯେ ତାଙ୍କୁ ଯେତେବେଳେ ୧୮ବର୍ଷ ହୋଇଥିଲା,ସେବେଠୁ ସେ କେବଳ ଲାଲ ରଙ୍ଗର ପୋଷାକ ପିନ୍ଧୁଛନ୍ତି। ଏହା ତାଙ୍କର ସୌକ। ପ୍ରକୃତରେ,ଜୋରିକା ତାଙ୍କ ଆଖପାଖର ସବୁ ଜିନିଷ ଲାଲ ଦେଖିବାକୁ ପସନ୍ଦ କରନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ ଜୋରିକା କାହାରି ଅନ୍ତିମ ସଂସ୍କାରରେ ଗଲେ ମଧ୍ୟ ଲାଲ ରଙ୍ଗର ପୋଷାକ ପିନ୍ଧି ଯାଇଥାଆନ୍ତି। ଏବେ ତାଙ୍କ ଘରେ କେବଳ ଓ୍ବାଟର ହିଟର ରହିଛି ଯାହାର ରଙ୍ଗ ଲାଲ ନୁହେଁ।

ଲାଲ ରଙ୍ଗ ପ୍ରତି ଅହେତୁକ ପ୍ରେମ ଯୋଗୁଁ ବୋସନିଆରେ ଜୋରିକାଙ୍କୁ ସମସ୍ତେ ‘ରେଡ ଲେଡି’ ବୋଲି ଡାକିଥାଆନ୍ତି। ସେ ତାଙ୍କ ସହରରେ ଏତେ ପ୍ରସିଦ୍ଧ ଯେ ଲୋକେ ତାଙ୍କୁ କୌଣସି ସେଲିବ୍ରିଟିଠୁ କମ୍ ଭାବନ୍ତି ନାହିଁ।

ଜୋରିକା କୁହନ୍ତି ଯେ ସେ ତାଙ୍କ ବିବାହରେ ମଧ୍ୟ ଲାଲ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ। ଲୋକେ ତାଙ୍କ ଜନ୍ମଦିନରେ ମଧ୍ୟ ଲାଲ ରଙ୍ଗର ଉପହାର ଦେଇଥାଆନ୍ତି।
