ଆତଙ୍କବାଦୀଙ୍କ ଟାର୍ଗେଟରେ ଲାଲକିଲ୍ଲା! : ସ୍ୱାଧୀନତା ଦିବସ ପାଳନ ପୂର୍ବରୁ କରିପାରନ୍ତି ଆକ୍ରମଣ

Published By : Prameya-News7 Bureau | August 12, 2019 IST

ନୂଆଦିଲ୍ଲୀ ୧୨/୮: ଆତଙ୍କବାଦୀଙ୍କ ଟାର୍ଗେଟରେ ଲାଲକିଲ୍ଲା! ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଆତଙ୍କବାଦୀମାନେ ଲାଲକିଲ୍ଲାରେ ବଡ ଆକ୍ରମଣ କରିବା ନେଇ ଗୁଇନ୍ଦା ସୂଚନା ମିଳିଛି। ଭାରତର ଏହି ଐତିହାସିକ ସ୍ଥଳ ଲାଲକିଲ୍ଲାକୁ ଟାର୍ଗେଟ କରି ଆତଙ୍କବାଦୀ ସଙ୍ଗଠନ ବ୍ଲୁ-ପ୍ରିଣ୍ଟ ପ୍ରସ୍ଥୁତ କରୁଛି । ଏନେଇ ଜାତୀୟ ସୁରକ୍ଷା  ସଂସ୍ଥା  ହାଇ ଆଲର୍ଟ ଜାରିକରିଛି । ଜାତୀୟ ସୁରକ୍ଷା ସଂସ୍ଥା  ଦିଲ୍ଲୀ ପୋଲିସକୁ ଆଲର୍ଟ ଜାରି କରିଛି  ।

ଏହା ପରେ ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଫଗାନିସ୍ତାନ ପାସପୋର୍ଟରେ ଆତଙ୍କବାଦୀ ମାନେ ଦିଲ୍ଲୀରେ ପ୍ରବେଶ କରି ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି। ଲାଲକିଲ୍ଲାର ୩ କିଲୋମିଟର ପରିଧି ମଧ୍ୟରେ ସୁଡଙ୍ଗ, ସ୍ୱରେଜ କିମ୍ବା ଅନ୍ୟବାଟରେ ଆକ୍ରମଣର ଆଶଙ୍କା କରିଛି ଜାତୀୟ ସୁରକ୍ଷା ଏଜେନ୍ସି । ଗୁଇନ୍ଦା ବିଭାଗ ରିପୋର୍ଟ ପରେ ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.