Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କୃଷକଙ୍କ ଉପଦ୍ରବ ପରେ ଦିଲ୍ଲୀ ଲାଲ କିଲ୍ଲା ପର୍ଯ୍ୟଟକଙ୍କ ପାଇଁ ବନ୍ଦ

28/01/2021 at 11:36 AM

ନୂଆଦିଲ୍ଲୀ ୨୮/୦୧ : ଲାଲ କିଲ୍ଲା ବୁଲିବାକୁ ଇଚ୍ଛା କରି ଯାଇଥିବା ପର୍ଯ୍ୟଟକଙ୍କୁ ଲାଲ କିଲ୍ଲା ନ ଦେଖି ହିଁ ଫେରିବାକୁ ପଡିବ। କୃଷକଙ୍କ ଉପଦ୍ରବ ପରେ ଲାଲ କିଲ୍ଲା ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି। ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ASI) ତରଫରୁ ଜାନୁଆରୀ ୨୭ ତାରିଖରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଲାଲ କିଲ୍ଲାକୁ ଜାନୁଆରୀ ୨୭ ରୁ ୩୧ ତାରିଖ ଯାଏଁ ବନ୍ଦ କରାଯାଇଛି। ଏଏସଆଇ କର୍ମଚାରୀ ଓ ପୋଲିସ ସୁରକ୍ଷା ବ୍ୟବସ୍ଥା ପୂର୍ବ ଭଳି ହିଁ ରହିବ।

ଲାଲ କିଲ୍ଲା ଦେଖରେଖ କରୁଥିବା ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଡିଜିଙ୍କ ଅନୁମତି ପରେ ନିର୍ଦ୍ଦେଶକ ଅରବିନ୍ଦ ମଞ୍ଜୁଳ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୩୧ ତାରିଖ ଯାଏଁ କୌଣସି ସାଧାରଣ ଜନତାଙ୍କୁ ଲାଲ କିଲ୍ଲାକୁ ଯିବାକୁ ଅନୁମତି ନାହିଁ।

ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ କୃଷକମାନେ ଲାଲ କିଲ୍ଲାରେ ନିଜ ଧାର୍ମିକ ଧ୍ବଜା ଲଗାଇଥିଲେ। ଏହାସହ ଲାଲ କିଲ୍ଲାରେ ପଶି ନାନା ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଯାହାଫଳରେ ସ୍ମାରକର ଅନେକ କ୍ଷୟକ୍ଷତି ହୋଇଛି। ହିଂସା ଘଟଣାରେ ହୋଇଥିବା କ୍ଷୟକ୍ଷତି ପରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଲାଲ କିଲ୍ଲାର ନିରୀକ୍ଷଣ ପାଇଁ ପହଞ୍ଚିଥିଲେ। ମରାମତି କାମ ଜାରି ରହିଛି।

   Related Posts