ବର୍ଷ ବର୍ଷ ଧରି ବିକାଶ ଧାରାଠୁ ଦୂରରେ ଥିବା ମାଲକାନଗିରି ଦୁର୍ଗମ ଅଂଚଳକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛି ରେଡକ୍ରସ ସୋସାଇଟି

Published By : Prameya-News7 Bureau | October 28, 2018 IST

ମାଲକାନଗିରି ୨୮/୧୦ : ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ଅନେକ ନିରୀହ ଆଦିବାସୀ କୌଣସି କାମ ନପାଇ ଏବଂ ବିଭିନ୍ନ ଚାପରେ ପଡି ଲାଲ ସଂଗଠନରେ ସାମିଲ ହୋଇଛନ୍ତି | ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛି ରେଡକ୍ରସ ସୋସାଇଟି | ପୂର୍ବରୁ ନକ୍ସଲ ଭୟରେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କୌଣସି ସରକାରୀ ବାବୁ ଯାଉ ନଥିବାରୁ ପଛୁଆ ଅଞ୍ଚଳର ଆଦିବାସୀ ଲୋକେ ବିକାଶ କ୍ଷେତ୍ରରେ ପଛରେ ପଡିଯାଇଛନ୍ତି ତେବେ ବର୍ତମାନ ସେମାନଙ୍କୁ ସମାଜର ମୁଖ୍ୟ ଶ୍ରତରେ ସାମିଲ କରିବା ଲାଗି ସହାୟତାର ହାତ ବଢାଇଛି ରେଡ କ୍ରୋଶ ସୋସାଇଟି । ଏମାନେ ସମସ୍ତେ ହେଉଛନ୍ତି ମାଲକାନଗିରି ଜିଲ୍ଲା ପଡିଆ ବ୍ଲୋକ ଅନ୍ତର୍ଗତ ଭାବନପାଲ୍ଲି ଗ୍ରାମର କୟା ଆଦିବାସୀ ଲୋକ । ବିଗତ ଅନେକ ବର୍ଷ ଧରି କୌଣସି ସରକାରୀ ବାବୁଙ୍କ ପାଦ ଏହି ଗାଁରେ ପଡି ନଥିବା ବେଳେ ନିର୍ବାଚନ ବେଳେ ନେତାଏଁ କେବେ କେମିତି ଭୋଟ ପାଇଁ ଏମାନଙ୍କ ପାଖରେ ଆସିଛନ୍ତି । ଫଳରେ ବିକାଶ ଧାରାରୁ ଦୂରରେ ରହିଥିବା ଆଦିବାସୀ ଲୋକେ ନକ୍ସଲ ପନ୍ଥୀଙ୍କୁ ନିଜର ଭଗବାନ ବୋଲି ମାନି ସେମାନଙ୍କ ଇସାରାରେ କାମ କରୁଥିଲେ ଏମିତିକି ବାଟ ବଣା ହୋଇ ଅନେକ ଆଦିବାସୀ ଯୁବକ ଓ ଯୁବତୀ ନକ୍ସଲ ସଂଘଠନରେ ମଧ୍ୟ ଯୋଗ ଦେଇଛନ୍ତି ।  ତେବେ ହିଂସାର ରାସ୍ତାରେ ଯାଇ କିଛି ହାସଲ କରି ପାରି ନଥିବା ଆଦିବାସୀ ଲୋକଙ୍କ ପାଖରେ ଏବେ ରେଡ କ୍ରୋଶ ସୋସାଇଟି ପହଞ୍ଚି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାର ଉଦ୍ୟମ ଆରମ୍ଭ କରିଛି । ନକ୍ସଲ ପ୍ରବଣ ଅଞ୍ଚଳରେ ଥିବା ଭାବନପଲ୍ଲି ଗାଁଟିକୁ ଏବେ ରେଡ କ୍ରୋଶ ସୋସାଇଟି ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ଆଦିବାସୀଙ୍କ ବିକାଶ ଲାଗି ମୁଗ, ବିରି, ଧାନ ଓ ମକା ପରି ଅନେକ ବିହନ ବଣ୍ଟନ କରିବା ସହ ସେମାନଙ୍କୁ ଅତ୍ୟାଧୁନିକ ଚାଷ ପ୍ରଣାଳୀ ସମ୍ପର୍କକ ରେ ତାଲିମ ମଧ୍ୟ ପ୍ରଦାନ କରିଛନ୍ତି । ଦିନେ ବାଟ ବଣା ହୋଇ ନାଲି ରାସ୍ତାକୁ ଚାଲି ଯାଇଥିବା ଆଦିବାସୀ ଲୋକେ ଏବେ ନିଜ ଗାଁରେ ସବୁଜିମା ସୃଷ୍ଟି କରିବାର ସପ୍ନ ଦେଖିଛନ୍ତି । ଭାବନପାଲ୍ଲି ପରି ମାଲକାନଗିରି ଜିଲ୍ଲାର ସମସ୍ତ ଆଦିବାସୀ ଗାଁର ଲୋକେ ଯଦି ଏପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତି ତାହା ହେଲେ ଦିନେ ମାଲକାନଗିରି ଜିଲ୍ଲା ନକ୍ସଲ ମୁକ୍ତ ଜିଲ୍ଲାଭାବେ ପରି ଗଣିତ ହେବ ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.