Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

୬୦ ସେକେଣ୍ଡରେ ନାଲି ଲଙ୍କା ରୋକିପାରେ ହୃଦଘାତ !

27/09/2020 at 12:30 PM

ଭୁବନେଶ୍ବର ୨୭/୦୯: ଜ୍ବର, ମୁଣ୍ଡବିନ୍ଧା, ଦାନ୍ତ ସମସ୍ୟା ଆଦି ଦେଖା ଦେଲେ ଘରୋଇ ଉପାୟରେ ଉପଚାର କରାଯାଏ। ମାତ୍ର ବେ​ଳେ ହୃଦଘାତ ପରି ଗମ୍ଭୀର ରୋଗରେ ମଧ୍ୟ ଘରୋଇ ଉପଚାର କାମ ଆସେ। ହୁଏତ ବିଶ୍ବାସ ନ ଲାଗିପାରେ। ମାତ୍ର ଏ କଥା ଏକଦମ ସତ।

ଏକ ଗବେଷଣା ଅନୁସାରେ ଏଭଳି କଥା ସାମ୍ନାକୁ ଆସିଛି। ନାଲି ଲଙ୍କା ଖାଇଲେ ହୃଦଘାତ ପରି ମାରାତ୍ମକ ରୋଗକୁ ରୋକାଯାଇପାରେ। ଗବେଷଣାରୁ ଜଣାପଡ଼ିଛି ଗୋଟିଏ ନାଲି ଲଙ୍କାରେ ସମୁଦାୟ ୯୦ ହଜାର ସ୍କୋଭିଲ ୟୁନିଟ୍ ମିଳିଥାଏ। ଯାହାକୁ ଖାଇବା ଦ୍ବାରା ୫୦ ପ୍ରତିଶତ ହାର୍ଟ ଆଟାକଙ୍କ ରୋଗୀ ଜୀବନ ରକ୍ଷା ହୋଇପାରେ। ନାଲି ଲଙ୍କା ବ୍ୟତୀତ ଏହି ଜରୁରୀ ତତ୍ବ ସ୍କ୍ରଚ ବୋନଟସ, ଥାଇ ଚା’, ଆଲପିନୋ ଆଦିରେ ମିଳିଥାଏ। ମାତ୍ର ନାଲି ଲଙ୍କାରେ ସବୁଠୁ ଅଧିକ ଏହି ତତ୍ବ ରହିଛି।

ଗବେଷଣାରେ କୁହାଯାଇଛି ହାର୍ଟ ଆଟାକ ରୋଗୀଙ୍କୁ ଗିଲାସେ ପାଣିରେ ଏକ ଚାମଚ ନାଲି ଲଙ୍କା ଗୁଣ୍ଡ ମିଶାଇ ପିଇବାକୁ ଦେବା ଦରକାର। କାରଣ ରୋଗୀ ବେହୋସ ହେବା ଉଚିତ ନୁହେଁ ସଚେତ ରହିବା ଦରକାର। ଯଦି ରୋଗୀ ଅଚେତ ହୋଇ ପଡ଼ିଥାଏ ତେବେ ରୋଗୀ ଜିଭ ତଳେ ଅଳ୍ପ ନାଲି ଲଙ୍କା ଗୁଣ୍ଡ ରଖିପାରିବେ। ଏହା ଦ୍ବାରା ରୋଗୀର ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ। ୬୦ ସେକେଣ୍ଡରେ ଏହାର ପ୍ରଭାବ ମିଳିବା ସହ ଏ ଉପଚାର ସହିତ ଯଥାଶୀଘ୍ର ହସପିଟାଲ ନେବା ମଧ୍ୟ ଜରୁରୀ।

ନାଲି ଲଙ୍କାର ଉପକାରିତା

– ହୃଦଘାତ ବ୍ୟତୀତ ନାଳି ଲଙ୍କା ସ୍କ୍ରିନ୍ ଆଲର୍ଜୀ ପାଇଁ ଲାଭଦାୟକ।

– ଏହା ଫ୍ଲୁ ଆଦି ସମସ୍ୟାରୁ ମୁକ୍ତି ଦିଏ।

– ସୀମିତ ମାତ୍ରାରେ ଏହାର ବ୍ୟବହାର ଦାନ୍ତ ଓ ପେଟ ଯନ୍ତ୍ରଣା ସମସ୍ୟା ଦୂର କରେ।

– ମାଇଗ୍ରେନ, ଆର୍ଥରାଟିସ୍ ଓ ଶରୀରର ଅତିରିକ୍ତ ଫ୍ୟାଟ୍ ଦୂର କରିବାରେ ନାଲି ଲଙ୍କା ଉପାଦେୟ।

– ତେବେ ଏହାକୁ ଅଧିକ ଖାଇଲେ ଗ୍ୟାଷ୍ଟ୍ରିକ ସମସ୍ୟା ଦେଖା ଦିଏ। ଏଣୁ ଏହାକୁ ସୀମିତ ମାତ୍ରାରେ ବ୍ୟବହାର କରିବା ଦରକାର।

– ନାଲି ଲଙ୍କା ଲିଭର କ୍ୟାନସରରୁ ମଧ୍ୟ ରକ୍ଷା କରେ।

   Related Posts