Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଗୁଲାମ ନବୀ ଆଜାଦଙ୍କୁ ବିଜେପିର ରେଡ୍ କାର୍ପେଟ୍ ସ୍ୱାଗତ: ମୋଦି ସରକାରଙ୍କ ସହ ବଢୁଛି କି ନିବିଡତା ?

22/02/2021 at 12:01 PM

ନୂଆଦିଲ୍ଲୀ ୨୨/୦୨ : ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଜେପି ସହ ନିକଟତା ବୃଦ୍ଧି ପାଉଥିବା ଦେଖି ରାଜନୀତିରେ ନାନା ଆଲୋଚନା ହେଉଛି। ରାଜ୍ୟସଭା କାର୍ଯ୍ୟକାଳ ସମାପ୍ତ ହେବାପରେ ସଂସଦରେ ବିଦାୟ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଭଳି ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ତା’ପରଠାରୁ ବିଜେପି ଓ ଗୁଲାମଙ୍କ ମଧ୍ୟରେ ନିକଟତାକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିଲା। ଶନିବାର ଦିନ ମଧ୍ୟ ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାପରେ ଚର୍ଚ୍ଚା ଆହୁରି ସରଗରମ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ (Ministry of Minority Affairs) ତରଫରୁ ଆୟୋଜିତ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ମୋଦି ସରକାର ଗୁଲାମ ନବୀଙ୍କୁ ରେଡ କାର୍ପେଟ ସ୍ୱାଗତ କରିଥିବା ନଜର ଆସିଥିଲା।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଆୟୋଜିତ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଜରିଆରେ ଆତ୍ମନିର୍ଭର ଭାରତ ରାସ୍ତାରେ ଆଗେଇ ଚାଲିଥିଲା ଭାରତର ଭାବନାକୁ ଜଣାଇବାକୁ ପଦକ୍ଷେପ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ଦୁଇ ମନ୍ତ୍ରୀ ମୁଖତାର ଅଵସ ନାକବି ଏବଂ ଡ.ଜିତେନ୍ଦ୍ର ସିଂହଙ୍କ ସହ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଅଂଶଗ୍ରହଣ କରିଥିଲେ। ଡ.ଆମ୍ବେଦକର ଇନ୍ଟରନ୍ୟାଶନାଲ ସେଣ୍ଟରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗୁଲାମ ନବୀଙ୍କ ପୋଷ୍ଟର ଲଗାଯାଇଥିଲା। ମୋଦି ସରକାରଙ୍କ କୌଣସି କାର୍ଯ୍ୟକ୍ରମରେ କୌଣସି କଂଗ୍ରେସ ନେତାଙ୍କ ପୋଷ୍ଟର ଲଗାଯାଇଥିବା ଏହା ପ୍ରଥମ ଘଟଣା। ବିଜେପି ମନ୍ତ୍ରୀଙ୍କ ସହ କଂଗ୍ରେସ ନେତା ଗୁଲାମ ନବୀ ବସିଥିବା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଗତ ମାସେ ଭିତରେ ଦ୍ୱିତୀୟଥର ପାଇଁ ଗୁଲାମ ନବୀଙ୍କ ପ୍ରତି ମୋଦି ସରକାରଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ରାଜୀବ ଗାନ୍ଧୀଙ୍କ ଅତ୍ୟନ୍ତ ବିଶ୍ଵସ୍ଥ ଥିବା ଗୁଲାମ ନବୀ ଆଜାଦଙ୍କୁ ଏଥର କଂଗ୍ରେସ ରାଜ୍ୟସଭାକୁ ପଠାଇ ନାହିଁ। ରାଜ୍ୟସଭାରେ ବିରୋଧୀ ନେତା ଥିବା ଗୁଲାମ ନବୀଙ୍କ ଜାଗାରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ଦିଆଯାଇଛି।

   Related Posts