ଆସୁଛି ବାତ୍ୟା: ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି

Published By : Prameya-News7 Bureau | May 25, 2021 IST

ଭୁବନେଶ୍ଵର ୨୫।୦୫: ଅତି ଭୀଷଣ ରୂପ ଧରି ମାଡିଆସୁଛି ସାମୁଦ୍ରିକ ବାତ୍ୟା ୟାସ । ଆସନ୍ତାକାଲି  ବାଲେଶ୍ଵର ଓ ଧାମରା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନ ଦିଆଯାଇଛି। ତେବେ ଏହା ପ୍ରଭାବରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ଆରମ୍ଭ ହୋଇ ଯାଇଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆସନ୍ତାକାଲି ବାତ୍ୟା ୟାସ୍ ଭୋରରୁ ସକାଳ ୮ଟାରୁ ୧୧ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସବୁଠୁ ପ୍ରଭାବିତ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ତାରିଖ ସକାଳ ୮ଟା ୩୦ ଯାଏଁ ଗଞ୍ଜାମ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ପୁରୀ ଖୋର୍ଦ୍ଧା ,କଟକ. ଯାଜପୁର ଓ ମୟୁରଭଞ୍ଜରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି ।

ସ୍ଥଳଭାଗ ଆଡକୁ  ବାତ୍ୟା ମୁହାଁଇବ ସହ ଉପକୂଳବର୍ତ୍ତୀ ଓ ଉତ୍ତର ଓଡିଶାରେ ବର୍ଷାର ପରିମାଣ ବଢିବ । ୨୬ ତାରିଖ ସକାଳ ୮ଟା ୩୦ରୁ ୨୭ ତାରିଖ ସକାଳ ୮ଟା ୩୦ ଯାଏଁ ବିଭିନ୍ନ ଜିଲ୍ଲାରେ ବି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ୟେଲୋ ୱାର୍ଣ୍ଣିଂର ଚେତାବନୀ ଦିଆଯାଇଛି । ସେହିଭଳି କଟକ, ଜଗତସିଂହପୁର,କେନ୍ଦ୍ରାପଡା. ଯାଜପୁର .ଭଦ୍ରକ ,ବାଲେଶ୍ୱର. ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜରେ ରେଡ ୱାର୍ଣ୍ଣିଂ ଜାରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.