ଏମିତି ଏକ ରୋଗ ଯେଉଁଥିପାଇଁ ପିଆଜ ନ ଖାଇବାକୁ ଲୋକଙ୍କୁ ଦିଆଗଲା ପରାମର୍ଶ

Published By : Prameya-News7 Bureau | August 07, 2020 IST

ନୂଆଦିଲ୍ଲୀ ୦୭/୦୮ : କରୋନା ମହାମାରୀ ସମୟରେ ଆଉ ଏକ ସଙ୍କଟ ଦେଖାଦେଇଛି | ଆମେରିକା ଓ କାନାଡ଼ାରେ ପିଆଜ ଯୋଗୁଁ ଏକ ପ୍ରକାର ବ୍ୟାକ୍ଟେରିଆ ସଂକ୍ରମଣ ବିସ୍ତାର ଲାଭ କରିଛି | ପିଆଜରୁ ବ୍ୟାପୁଥିବା ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ସ୍ୱାସ୍ଥ୍ୟ ସଂଗଠନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶନ ଆଲର୍ଟ ଜାରି କରିଛି | କଣ ଏହି ସଂକ୍ରମଣ ଏବଂ କିପରି ରକ୍ଷା ପାଇହେବ ଜାଣନ୍ତୁ |

ଆମେରିକାରେ ପିଆଜ ଖାଇବାରୁ ୪୦୦ ରୁ ଅଧିକ ଲୋକ ରୋଗରେ ପୀଡିତ ହୋଇଛନ୍ତି | ନାଲି ଓ ହଳଦିଆ ପିଆଜ ଯୋଗୁଁ ଆମେରିକାର ୩୪ ଷ୍ଟେଟ୍ସରେ ସଂକ୍ରମଣ ବ୍ୟାପିଛି | କାନାଡ଼ାରେ ମଧ୍ୟ ୫୦ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି | ମାମଲା ସାମ୍ନାକୁ ଆସିବା ପରେ ସିଡିସି ଲୋକଙ୍କୁ ସତର୍କ କରାଇ ପିଆଜ ନ ଖାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛି | ଏହି ପିଆଜ ଏକ ଖାସ କମ୍ପାନୀ ଥମସ୍ନ ଇଣ୍ଟରନ୍ୟାଶନାଲ ଦ୍ୱାରା ବଜାରକୁ ଆସିଥିଲା |

{"id":311082,"width":574,"height":330,"sizeSlug":"large"}

ଏହି ପିଆଜ ବ୍ୟବହାର ପରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା | ସେତେବେଳେ ଲୋକଙ୍କୁ ପିଆଜ ନ ଖାଇବାକୁ ଚେତାବନୀ ଦିଆଯାଇଥିଲା ଏବଂ ଘରେ ସ୍ଟକ ରଖିଥିବା ପିଆଜକୁ ଫୋପାଡ଼ି ଦେବାକୁ ମଧ୍ୟ କୁହାଯାଇଥିଲା | ସଂକ୍ରମଣକୁ ବ୍ୟାପିବାରେ ରୋକିବାକୁ ଯେଉଁ ଜାଗାରେ ପିଆଜ ରଖାଯାଇଥିଲା ତାକୁ ମଧ୍ୟ ଭଲ ଭାବେ ସାନିଟାଇଜ କରିବାକୁ କୁହାଯାଇଛି |

ଏହା ଏକ ପ୍ରକାର ବ୍ୟାକ୍ଟେରିଆ ଯାହା ମଣିଷର ଅନ୍ତନାଳୀ ଯାଏଁ ଆକ୍ରମଣ କରିଥାଏ | ଖାଇବା ସାମଗ୍ରୀ ଯେପରିକି ଅଣ୍ଡା, ଚିକେନ ଓ ଫଳ-ପନିପରିବା ମଧ୍ୟ ଏହି ବ୍ୟାକ୍ଟେରିଆ ମିଳିଥାଏ | ଏହାଛଡା ଦୂଷିତ ଖାଦ୍ୟ ଖାଇଲେ ମଧ୍ୟ ଏହି ବ୍ୟାକ୍ଟେରିଆ ସଂକ୍ରମଣ ହେବାର ସମ୍ଭାବନା ରହିଛି | ୧୦ ପ୍ରତିଶତ ମାମଲା ଜଣେ ସଂକ୍ରମିତ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିକୁ ସଂକ୍ରମିତ କରିଥାଏ | ୩ ପ୍ରତିଶତ ସଂକ୍ରମିତ ପଶୁପକ୍ଷୀଙ୍କ ଠାରୁ ଲୋକଙ୍କୁ ସଂକ୍ରମିତ କରିଥାଏ |

wp:core-embed/twitter {"url":"https://twitter.com/CDCgov/status/1290407190470197248","type":"rich","providerNameSlug":"twitter","className":""}
https://twitter.com/CDCgov/status/1290407190470197248
/wp:core-embed/twitter

ସାଲମୋନେଲା ବ୍ୟାକ୍ଟେରିଆ ସଂକ୍ରମିତ ଖାଦ୍ୟ ଖାଇବା ପରେ ଅନ୍ତନାଳୀ ଯାଏଁ ପହଞ୍ଚି ସଂକ୍ରମଣ ବିସ୍ତାର କରିଥାଏ | ସଂକ୍ରମିତ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା, ବାନ୍ତି, ଜ୍ୱର, ମୁଣ୍ଡବିନ୍ଧା, ଆଖିରେ ଜ୍ବଳନ ଆଦି ଲକ୍ଷଣ ଦେଖାଦେଇଥାଏ | ସାଧାରଣତଃ ଯେଉଁମାନଙ୍କର ପ୍ରତିରୋଧ ଶକ୍ତି ଦୁର୍ବଳ ସେମାନଙ୍କ ମଧ୍ୟରେ ଲକ୍ଷଣ ଗମ୍ଭୀର ହୋଇଥାଏ | ସାମାନ୍ୟ ଲକ୍ଷଣ ଥିବା ରୋଗୀ ୪ ରୁ ୭ ଦିନ ମଧ୍ୟରେ ସୁସ୍ଥ ହୋଇଯାନ୍ତି | କିନ୍ତୁ ଗମ୍ଭୀର ରୋଗୀଙ୍କୁ ଅଧିକ ସମସ୍ୟା ହୋଇଥାଏ | ୫ ବର୍ଷରୁ ଅଧିକ ଶିଶୁ ଓ ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ସଂକ୍ରମଣ ଭୟ ରହିଛି |

ଭାରତରେ ମଧ୍ୟ ଏହି ବ୍ୟାକ୍ଟେରିଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ୨୦୧୯ ମସିହାରେ ଏକ ପ୍ରସିଦ୍ଧ ମସଲା କମ୍ପାନୀର ସମ୍ବର ମସଲାରେ ସାଲମୋନେଲା ବ୍ୟାକ୍ଟେରିଆ ମିଳିଥିଲା | ଏହାପରେ ଅନେକ ମସଲା ନଷ୍ଟ କରିଦିଆଯାଇଥିଲା | ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଏହି ବ୍ୟାକ୍ଟେରିଆ ଯୋଗୁଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥାନ୍ତି |

{"id":311086,"width":567,"height":477,"sizeSlug":"large"}

ତେବେ ସାଲମୋନେଲାରୁ ବଞ୍ଚିବା କଷ୍ଟକର ନୁହେଁ | ଏଥିପାଇଁ ସଫା ସୁତୁରା ରହିବା ଆବଶ୍ୟକ | ବାରମ୍ବାର ହାତ ଧୋଇବା, ଫଳ-ପନିପରିବା ଭଲ ଭାବେ ସଫା କରି ଧୋଇବା ତଥା ଅଧା ରନ୍ଧା ମାଂସ ନ ଖାଇବା ଦ୍ୱାରା ବ୍ୟାକ୍ଟେରିଆ ସଂକ୍ରମଣରୁ ଦୁରେଇ ରହିହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.