ରାଜ୍ୟର ୩ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ

Published By : Prameya-News7 Bureau | July 29, 2019 IST

ଭୁବନେଶ୍ବର ୨୯/୭: ସାରା ରାଜ୍ୟରେ ସକ୍ରିୟ ମୌୟୁମୀ ବାୟୁ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି କଳାହାଣ୍ଡି, ଗଞ୍ଜାମ, ସୋନପୁର, ବଲାଙ୍ଗୀ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ମୌସୁମୀ ପ୍ରଭାବରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆଗାମୀ ୨୪ ଘଣ୍ଟା ଭିତରେ ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, କଲାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।ସେହିପରି ରାୟଗଡା, ଦେବଗଡ, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୩୦ ଓ ୩୧ ତାରିକ ଦୁ ଦିନ ବର୍ଷା ପରିମାଣ କମିବ । କିନ୍ତୁ ଅଗଷ୍ଟ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.