ବଙ୍ଗୋପସାଗରରେ ଲଘୁଚାପ : ଓଡ଼ିଶା ପାଇଁ ରେଡ୍ ଆଲର୍ଟ ଜାରି, ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | June 29, 2019 IST

ଭୁବନେଶ୍ବର ୨୯|୬: ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି ।  ଆଜି ରାତିରୁ  ରାଜ୍ୟର ଉପକୂଳ ଜିଲ୍ଲାରେ  ବର୍ଷା ଆରମ୍ଭ  ହେବ । ଏହା ଧିରେଧିରେ ଭିଷଣ ବର୍ଷାର  ରୂପ ନେବ । ଜୁଲାଇ ୩ ତାରିଖ ଯାଏ ଲାଗିରହିବ ବର୍ଷା । ୪ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଗୋଟିଏ ଦୁଇଟି ସ୍ଥାନରେ ବାଦଲ ଫଟା ବର୍ଷା ବି ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜୁଲାଇ ୧ ରେ ଓଡ଼ିଶା ପାଇଁ ରେଡ୍  ଆଲର୍ଟ ଜାରି କରାଯାଇଛି। ପରିସ୍ଥିତି ମୁକାବିଲା ଲାଗି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଏଥିସହ ଓଡିଶା ପାଇଁ ରେଡ୍ ଅଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ  ଏହି ଲଘୁଚାପ ବଳୟ ୪୮ ଘଣ୍ଟା ପରେ ଗଭୀର ଅବପାତ ରୂପ ନେଇ ଓଡ଼ିଶା ଅତିକ୍ରମ କରିବ । ପ୍ରଭାବରେ ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେବେ ମଦାନଦୀ ଉପରମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ବନ୍ୟା ଆଶଙ୍କାକୁ ଟାଳି ଦିଆଯାଇ ନପାରେ ବୋଲି  ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.