Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଭାରତୀୟ ସେନା ପାଇଁ ବାହାରିଲା ବହୁ ଚାକିରୀ; ଦରମା ୧ଲକ୍ଷ ୩୬ ହଜାର, ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୧

28/01/2019 at 12:07 PM

ଦିଲ୍ଲୀ ୨୮/୧ : ଭାରତୀୟ ନୌସେନା ଦ୍ୱାରା ନୌସେନା ଆୟୁଦ୍ଧ ନିରୀକ୍ଷଣ କ୍ୟାଡର, ସାମାନ୍ୟ ସେବା କ୍ୟାଡର ଏବଂ ଅନ୍ୟାନ୍ୟ ୧୦୨ ପଦବୀ ପାଇଁ ଇଣ୍ଟରଭିୟୁ କରାଯାଉଛି | ଉପଯୁକ୍ତ ପ୍ରାର୍ଥୀ ଏହି ପଦବୀ ପାଇଁ ଫେବୃଆରୀ ୧ ତାରିଖ ସୁଦ୍ଧା ଆବେଦନ କରିପାରିବେ | ଯଦି ଭାରତୀୟ ସେନାରେ ଚାକିରୀ କରିବାକୁ ଇଛୁକ ତାହେଲେ ଅତି ଶୀଘ୍ର ଆବେଦନ କରନ୍ତୁ | ଚାକିରୀ ପାଇଁ ଇଛୁକ ପ୍ରାର୍ଥୀ, ଆବେଦନର ଶେଷ ତାରିଖ, ଆବେଦନ ପାଇଁ ଦେୟ, କେଉଁ ପଦବୀ ପାଇଁ କେତେ ଯୋଗ୍ୟତା, ଚୟନ ପ୍ରକ୍ରିୟା, ବୟସ ସୀମା, କେଉଁ କେଉଁ ପଦବୀ ପାଇଁ ପୋଷ୍ଟ ରହିଛି ତାହାର ସମ୍ପୂର୍ଣ ବିବରଣୀ, ପଦବୀ ସଂଖ୍ୟା ଆଦି ସମ୍ପୂର୍ଣ ବିବରଣୀ ନିମ୍ନରେ ଦିଆଗଲା :


୧. ପଦବୀ ନାଁ – ନୌସେନା ଆୟୁଧ ନିରୀକ୍ଷଣ କ୍ୟାଡର (ଏନଏଆଇସି)
୨. ସାମାନ୍ୟ ସେବା / ହାଇଡ୍ରୋଗ୍ରାଫି କ୍ୟାଡର
୩. ଇଂଜିନିୟରିଂ ଶାଖା (ସାମାନ୍ୟ ସେବା)
୪. ବିଦ୍ୟୁତ ଶାଖା (ସାମାନ୍ୟ ସେବା)
ଦରମା:
ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ମାସକୁ ୫୬୧୦୦ ରୁ ୧୩୬୯୦୦ ମିଳିବ
ମୋଟ ପଦବୀ -୧୦୨
ସ୍ଥାନ – ଭାରତର ସବୁ ଜାଗାରେ
ଚାକିରୀ ପାଇଁ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା – ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ ଯେକୌଣସି ବିଶ୍ୱବିଦ୍ୟାଳୟରୁ ୧୦ମ ପରେ ଇଂଜିନିୟରିଂ ପାସ କରିଥିବେ |


ବୟସ ସୀମା – ଚାକିରୀ ପାଇଁ ବୟସ ସୀମା ମାପଦଣ୍ଡ ଅନୁସାରେ ରଖାଯାଇଛି |
କେଉଁ ପ୍ରକ୍ରିୟାରେ ହେବ ଚୟନ :
ପ୍ରାର୍ଥୀ ଏକ କମ୍ପ୍ୟୁଟର ପରୀକ୍ଷା ଦେବେ, ଶାରୀରିକ ଫିଟନେସ ଟେଷ୍ଟ ଏବଂ ମେଡିକାଲ ପରୀକ୍ଷାରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଆଧାରରେ ପ୍ରାର୍ଥୀ ଚୟନ ହେବ |
ଇଛୁକ ପ୍ରାର୍ଥୀ ନିଜର ସମସ୍ତ ଡକ୍ୟୁମେଣ୍ଟ ସହ ଫେବୃଆରୀ ୧ ତାରିଖ ପୂର୍ବରୁ www.joinindiannavy.gov.in ୱେବସାଇଟରେ ଆବେଦନ କରିପାରିବେ |

   Related Posts