ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ଫୁ : ଓ.ଏଚ୍.ପି.ସି କାର୍ଯ୍ୟାଳୟରେ ବେଆଇନ ନିଯୁକ୍ତି

Published By : Prameya-News7 Bureau | January 30, 2019 IST

ଜୟପୁର ୩୦|୧: ଜୟପୁର ସ୍ଥିତ ଓ.ଏଚ୍.ପି.ସି କାର୍ଯ୍ୟାଳୟରେ ବେଆଇନ ନିଯୁକ୍ତି ଅଭିଯୋଗ । କୌଣସି ସରକାରୀ କାର୍ଯ୍ୟାଳୟରେ ଆଉ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବନି ବୋଲି ରାଜ୍ୟ ସରକାର ଗତ ବର୍ଷ ଅଗଷ୍ଟ ମାସରେ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଜୟପୁର ସ୍ଥିତ ଓ.ଏଚ୍.ପି.ସି କାର୍ଯ୍ୟାଳୟରେ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆ ଯାଇଛି।ଏ ସଂକ୍ରାନ୍ତୀୟ  ହସ୍ତାବିଜ ନ୍ୟୁଜ7 ହାତରେ ଲାଗିଥିବା ବେଳେ ଏହାକୁ ନେଇ ତାତିଛନ୍ତି ବର୍ଷ ବର୍ଷ ହେବ ଏଠାରେ କାମ କରୁଥିବା ଠିକା କର୍ମଚାରୀ ।

{"id":79833}

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ଫୁ । ସରକାରୀ ନିୟମର ଖୋଲା ଖୋଲି ଉଲଂଘନ ।  ଏପରି କିଛି ଅଭିଯୋଗ ଆସିଛି ଜୟପୁରସ୍ଥିତି ଓ.ଏଚ୍.ପି.ସି ବିରୋଧରେ । ୪ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଓ.ଏଚ୍.ପି.ସି କତ୍ତୃପକ୍ଷ ଏହି ମାସରେ  ନିଯୁକ୍ତ ଦେଇଥିବା ଅଭିଯୋଗ ହୋଇଛି । ଏପରିକି ଏମାନଙ୍କୁ ନିଯୁକ୍ତି ପାଇଁ ବିଦ୍ଧିବଦ୍ଧ ଭାବେ ବିଜ୍ଞାପନ ବି ଦିଆ ଯାଇଥିଲା । ଆଉ ଏପରି ବେଆଇନ ନିଯୁକ୍ତିକୁ ନେଇ ଏବେ ତାତିଛନ୍ତି ଏଠାରେ କାମ କରୁଥିବା ୮୦ରୁ ଉର୍ଦ୍ଧ ଠିକା କର୍ମଚାରୀ । ବର୍ଷ ବର୍ଷ ହେବ ଏମାନେ ସ୍ବଳ୍ପ ଦରମାରେ  କାମ କରୁଛନ୍ତି । ହେଲେ ଏମାନଙ୍କୁ ଚାକିରୀ ସ୍ଥାୟୀ କରାନଯାଇ ଉଚ୍ଚ କତ୍ତୃପକ୍ଷ ମନମାନୀ କରୁଥିବା ଅଭିଯୋଗ ହୋଇଛି ।

{"id":79836}

ଅଭିଜ୍ଞତା ଥିବା କର୍ମଚାରୀ ତୁରନ୍ତ ଆବଶ୍ୟକ ପଡିଲା । ତେଣୁ ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟରୁ ଅନୁମତି ମିଳିବା ପରେ ଏମାନଙ୍କୁ ନିଯୁକ୍ତି ଦିଆ ଯାଇଥିବା କହିଛନ୍ତି ଜୟପୁର ସ୍ଥିତ ଓ.ଏଚ୍.ପି.ସିର ୟୁନିଟ ହେଡ୍। ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆ ଯାଇପାରିବନି ବୋଲି ବିଜ୍ଞପ୍ତି କରି ସାରିଛନ୍ତି । ତେଣୁ  ଏମାନଙ୍କ ନିଯୁକ୍ତି ପାଇଁ ଅନୁମତି ଦେଲା କିଏ?  ଯଦି କିଛି କିଛି ଅଭିଜ୍ଞତା ସଂପର୍ଣ୍ଣ କର୍ମଚାରୀଙ୍କ ଆବଶ୍ୟକ ପଡିଲା ତେବେ ବର୍ଷ ବର୍ଷ ଧରି ଏଠାରେ କାମ କରୁଥିବା ଠିକା କର୍ମଚାରୀଙ୍କୁ ସୁଯୋଗ ଦିଆ ଗଲାନି କାହିଁକି ? ଏ ସଂପର୍କରେ ଓ.ଏଚ୍.ପି.ସିର ୟୁନିଟ ହେଡ ଏମ୍.ଆର୍.ବିଶ୍ବାଳ କଥା ଗୋଳାଇବାକୁ ଚେଷ୍ଟା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.