Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଚାକିରୀ ନାଁରେ ଠକେଇ: ଲକ୍ଷେ ୩୦ ହଜାର ନେଇ ନିଯୁକ୍ତି ପତ୍ର ଦେଇଛନ୍ତି, କିନ୍ତୁ ଦରମାର ଦେଖା ନାହିଁ

6/02/2020 at 8:13 PM

ନବରଙ୍ଗପୁର୬/୨: ଚାକିରୀ ନାଁରେ ଠକେଇ । ଅଭିଯେ।ଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳରୁ। ଚାକିରୀ କରାଇଦେବା ନାମରେ ନିରୀହ ଯୁବକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଶରତ ଖଣ୍ଡପାଣୀ ନାମକ ଜଣେ  ଯୁବକ  ଚାକିରୀ କରାଇଦେବାକୁ କହି ପାପଡାହାଣ୍ଡି ଅଞ୍ଚଳର ୩ ଜଣ ଯୁବକ ଘାଟଗୁଡା ଗାଁ ର ନିଳାମ୍ବର ଦଣ୍ଡସେନ, ସରିଶପଦର ଗାଁ ର ନରହରୀ ଭତ୍ରା ଓ ପୁଷ୍କର ଭତ୍ରାଙ୍କ ଠାରୁ ମେ।ଟା ଅଙ୍କର ଟଙ୍କା ଠକେଇ କରିଛି । ନିଳାମ୍ବର ଦଣ୍ଡସେନ ଙ୍କ ଠାରୁ ୭୦ ହଜାର ଟଙ୍କା ,  ନରହରୀ ଭତ୍ରାଙ୍କ ଠାରୁ ୪୦ ହଜାର ଓ ପୁଷ୍କର ଭତ୍ରାଙ୍କ ଠାରୁ ୨୦ ହଜାର ଟଙ୍କା ନେଇଥିଲେ। 

ଏହି ୩ ଜଣ ଯୁବକଙ୍କୁ ଶରତ  ଭୂବନେଶ୍ବରରେ “ଓଏସଇସିଏଆରଡି”  ନାମକ ଏକ  ସଂସ୍ଥାକୁ ଆଣିଥିଲେ। ସେମାନଙ୍କୁ ଉକ୍ତ ସଂସ୍ଥା ରେ ନିଯୁକ୍ତି ପତ୍ର ବି ଦିଆଗଲା। ସେଠାରେ ଉକ୍ତ ସଂସ୍ଥା ପକ୍ଷରୁ କୁହାଗଲା ଯେ ଚାଷୀଙ୍କୁ  ସୋଲାର, ବିହନ , କୀଟ ନାଶକ ଓୌଷଧ , ନଳକୂପ ଖୋଳାଇବେ ଏବଂ କୃଷି ଯନ୍ତ୍ରପାତି ଦିଆଯିବ । ସେମାନଙ୍କୁ ପ୍ରଥମ ୩ ମାସ ମାସିକ ୫ ହଜାର । ପରେ ବର୍ଷେ ପର୍ଯ୍ୟନ୍ତ ୧୦ ହଜାର ଓ ୧ ବର୍ଷ ପରେ ସେମାନଙ୍କ ଅମାନତ ରାଶି ଦେବା ସହ ମାସିକ ୨୫ ହଜାର ଟଙ୍କା ପ୍ରଦାନ କରିବେ ବୋଲି କୁହାଗଲା।  କିନ୍ତୁ ପରେ ସେମାନଙ୍କୁ ଦରମା ମିଳିଲାନି । ଏବାବଦରେ ଯେ।ଗାଯେ।ଗ କରିବାକୁ କେହି ଧରାଛୁଆଁ ଦେଉନାହାନ୍ତି। ଶେଷରେ ନିରାଶ ହେ।ଇ ପାପଡାହାଣ୍ଡି ଥାନା ରେ ଏତଲା ଦେଇଛନ୍ତି। ଏତଲା ଆଧାରରେ  ଶରତ ଖଣ୍ଡପାଣୀ ଥାନା କୁ ଆଣି ତଦନ୍ତ କରୁଛି ପୋଲିସ ।

   Related Posts