ଭାରତୀୟ ତଟରକ୍ଷା ବାହିନୀରେ ପଦବୀ ଖାଲି : ଆବେଦନ କରିବାର ଶେଷ ତାରିଖ କେବେ ଜାଣନ୍ତୁ
5/02/2019 at 3:20 PM

ଦିଲ୍ଲୀ ୫/୨ : ଭାରତୀୟ ତଟରକ୍ଷା ବାହିନୀରେ ଅନେକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି | ଇଛୁକ ପ୍ରାର୍ଥୀ ଏହି ପଦବୀ ପାଇଁ ଅନଲାଇନ ଆବେଦନ କରିପାରିବେ | ଜାଣନ୍ତୁ ଆବେଦନ ସମ୍ବନ୍ଧୀୟ ସମସ୍ତ ବିବରଣୀ :
ପଦବୀ – ତଟରକ୍ଷା ବାହିନୀ
ଶିକ୍ଷାଗତ ଯୋଗ୍ୟତା – ଇଛୁକ ପ୍ରାର୍ଥୀ ମାଟ୍ରିକରେ ୬୦ ପ୍ରତିଶତ ରଖିଥିବେ, ଇଲେକ୍ଟ୍ରିକାଲ, ମେକାନିକାଲ, ଇଲେକ୍ଟ୍ରୋନିକ୍ସ, ଦୂର ସଂଚାର (ରେଡ଼ିଓ ପାୱାର )ଇଂଜିନିୟରିଂରେ ୬୦ ପ୍ରତିଶତ ରଖିଥିବେ | ଏହାଛଡା ପ୍ରାର୍ଥୀ ଅଖିଳ ଭାରତୀୟ ଶିକ୍ଷା ପରିଷଦ ( AICTE ) ଦ୍ୱାରା ଅନୁମୋଦିତ ଇଂଜିନିୟରିଂ ଶିକ୍ଷାଅନୁଷ୍ଠାନରୁ ଡିଗ୍ରୀ କରିଥିବେ |

ବୟସ ସୀମା – ଆବେଦନକାରୀଙ୍କ ବୟସ ଅତି କମରେ ୧୮ ବର୍ଷରୁ ୨୨ ବର୍ଷ ହୋଇଥିବ |
ଆବେଦନ ଦେୟ – ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ କୌଣସି ଆବେଦନ ଦେୟ ଦେବାକୁ ପଡ଼ିବନାହିଁ |
ଆବେଦନ ତାରିଖ – ଏହି ପଦବୀ ପାଇଁ ଅନଲାଇନ ଆବେଦନ ଫେବୃଆରୀ ୧୧ ତାରିଖରୁ ଆରମ୍ଭ ହେବ | ଆବେଦନର ଶେଷ ତାରିଖ ଫେବୃଆରୀ ୨୧ ତାରିଖ |

ଚୟନ ପ୍ରକ୍ରିୟା – ଆବେଦନକାରୀଙ୍କୁ ଏକ ଲିଖିତ ପରୀକ୍ଷା ଦେବାକୁ ହେବ | ଲିଖିତ ପରୀକ୍ଷାରେ ପାସ ହେବାପରେ ଫିଟନେସ ପରୀକ୍ଷା ଦେବାକୁ ହେବ | ଉଭୟ ପରୀକ୍ଷାରେ ପାସ ହେଲେ ପ୍ରାର୍ଥୀଙ୍କୁ ଚୟନ କରାଯିବ |
ଆବେଦନ ପ୍ରକ୍ରିୟା – www.joinindiancoastguard.gov.in ଇଛୁକ ପ୍ରାର୍ଥୀ ଏହି ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ | ଅଧିକ ତଥ୍ୟ ପାଇଁ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ |