ଗୁଗଲ୍‌ରେ ଚାକିରି: ୩୮୦୦ ପଦରେ ଦିଆଯିବ ନୂଆ ନିଯୁକ୍ତି, VP ଦେଲେ ସୂଚନା...

Published By : Prameya-News7 Bureau | December 21, 2019 IST

ନୂଆଦିଲ୍ଲୀ୨୧/୧୨: ଚାକିରି ପାଇଁ ଗୁଗଲ୍‌ ଆବେଦନ ପ୍ରକ୍ରିୟା ବାହାର କରିଛି। ଗୁଗଲ୍‌ ଅପରେସନ୍‌ ସେଣ୍ଟରର ଭାଇସ୍ ପ୍ରେସିଡେଣ୍ଟ୍‌ ଟ୍ରୟ ଡିକ୍‌ରସନ  ଏ ସଂପର୍କରେ ସୂଚନା ଦେଇଛନ୍ତି। ଖୁବ୍‌ ଶୀଘ୍ର ଗୁଗଲ୍‌ରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବରୁ ଚାକିରି କ୍ଷେତ୍ରରେ ଗୁଗଲ୍‌ ଉପରେ ବହୁବାର ଆଙ୍ଗୁଳି ଉଠିଛି।। ଅଧିକାଂଶ ଥାର୍ଡ ପାର୍ଟି ଓ ସ୍ଥାନୀୟ କର୍ମଚାରୀଙ୍କୁ ଗୁଗଲ ନିଯୁକ୍ତି ଦେଉଥିବା ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ଏଥର ଗୁଗଲ୍‌ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି।

୨୦୨୦ ମସିହା ଅର୍ଥାତ ନୂଆ ବର୍ଷ ଆସିବାକୁ କମ୍ ଦିନ ବାକି ରହିଛି। ଭାରତ ସମେତ ଅନ୍ୟ ଦେଶର ୩୮୦୦ କର୍ମଚାରୀ ଗୁଗଲ୍‌ରେ ନିଯୁକ୍ତି ପାଇବେ। ଏହି ନିଯୁକ୍ତି କେବଳ କଷ୍ଟମର କେୟାର ସପୋର୍ଟ ପାଇଁ ରହିବେ। ଗତ ଗୁରୁବାରରେ ଏହି ସଂପର୍କରେ ଗୁଗଲ୍‌ର ଭାଇସ ପ୍ରେସିଡେଣ୍ଟ୍ ଟ୍ରୟ ଡିକରସନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବର୍ଷ ଆମେରିକାର ମିସିସିପିରେ ଏକ ଗୁଗଲ୍‌ ଅପରେସନ ସେଣ୍ଟର ଖୋଲାଯିବ।

ଭାରତ ଓ ଫିଲିପିନ୍‌ସରେ ଗୁଗଲ୍‌ର ବିସ୍ତାର କରିବାର ଯୋଜନା ରହିଛି। କଷ୍ଟମର ଓ ୟୁଜର୍ସ ସପୋର୍ଟ ନିମନ୍ତେ ୨୦୧୮ ମସିହାରେ ପାଇଲଟ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଡିକରସନଙ୍କ କହିଛନ୍ତି ଯେ ୨୦୨୦ ମସିହା ସୁଦ୍ଧା କଷ୍ଟମର ସପୋର୍ଟ ପଦରେ ୪,୮୦୦ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇ ସାରିଥିବ।  ବର୍ତ୍ତମାନ ୧୦୦୦ କର୍ମଚାରୀ ଗୁଗଲ୍ କଷ୍ଟମର ସପୋର୍ଟ ପାଇଁ କାର୍ଯ୍ୟ କରୁଛନ୍ତି। କର୍ମଚାରୀଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଗୁଗଲ୍ ଉପଲବ୍ଧ କରାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.