Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାର୍ଦ୍ଦିକ ୩୦ ବଲ୍‌ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୧୫ ରନରେ ଅପରାଜିତ ଥିଲେ।
  • ||
  • ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ଗାଡ଼ି, ଜଣେ ମୃତ, ଜଣେ ଗୁରୁତର
  • ||
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||

ସଂକ୍ରମଣ ବଢିବା ସହ ବୃଦ୍ଧି ପାଉଛି ସୁସ୍ଥହାର, ଗୋଟିଏ ଦିନରେ ୯୨ ହଜାର ନୂଆ ମାମଲା ସହ ୧୧୩୬ ଜଣଙ୍କ ମୃତ୍ୟୁ

14/09/2020 at 11:58 AM

ନୂଆଦିଲ୍ଲୀ ୧୪/୦୯ : ଦେଶରେ କରୋନା ଆତଙ୍କ ଜାରି ରହିଛି । ଗୋଟିଏ ଦିନରେ ୯୨ ହଜାର ୭୧ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ରେକର୍ଡ ସଂଖ୍ୟକ ୯୭ ହଜାର ୫୭୦ ନୂଆ ମାମଲା ସାମ୍ନାକୁ ଆସିଥିଲା । ୨୪ ଘଣ୍ଟାରେ ୧୧୩୬ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ସେପ୍ଟେମ୍ବର ମାସରେ ଦେଶରେ ଲଗାତାର ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୮ ଲକ୍ଷ ପାର କରିସାରିଛି । ସଂକ୍ରମଣ ମାମଲାରେ ଆମେରିକା ସବୁଠାରୁ ଆଗରେ ରହିଛି । କିନ୍ତୁ ଆମେରିକା ତୁଳନାରେ ଭାରତରେ ପ୍ରତିଦିନ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । 

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ମୋଟ କରୋନା ମାମଲା ୪୮ ଲକ୍ଷ ୪୬ ହଜାର ହୋଇସାରିଛି । ୭୯ ହଜାର ୭୨୨ ଜଣଙ୍କ ମୃତ୍ୟୁ ହୋଇସାରିଛି । ଦେଶରେ ବର୍ତ୍ତମାନ ୯ ଲକ୍ଷ ୮୬ ହଜାର ଆକ୍ଟିଭ୍ ମାମଲା ରହିଛି । ୩୭ ଲକ୍ଷ ୮୦ ହଜାର ଲୋକ ସୁସ୍ଥ ହୋଇସାରିଛନ୍ତି । ଆଇସିଏମଆର ଅନୁଯାୟୀ, ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ୫ କୋଟି ୭୨ ଲକ୍ଷ ନମୁନା ଯାଞ୍ଚ କରାଯାଇଛି । ରବିବାର ଦିନ ୧୦ ଲକ୍ଷ ନମୁନା ଯାଞ୍ଚ କରାଯାଇଛି ।

ଏକ ଆଶ୍ଵସ୍ତିକର ଖବର ମଧ୍ୟ ରହିଛି । ମୃତ୍ୟୁହାର ଓ ଆକ୍ଟିଭ୍ ମାମଲା ଲଗାତାର ହ୍ରାସ ପାଉଛି । ମୃତ୍ୟୁହାର ହ୍ରାସ ପାଇ ୧.୬୪ ପ୍ରତିଶତ ହୋଇଛି । ଆକ୍ଟିଭ୍ ମାମଲା ମଧ୍ୟ ହ୍ରାସ ପାଇ ୨୧ ପ୍ରତିଶତ ହୋଇଛି । ସୁସ୍ଥହାର ବୃଦ୍ଧି ପାଇ ୭୮ ପ୍ରତିଶତ ହୋଇଛି । ଦେଶରେ ସୁସ୍ଥହାର ଲଗାତାର ବୃଦ୍ଧି ପାଉଛି |

ଦେଶରେ ସବୁଠାରୁ ଅଧିକ ଆକ୍ଟିଭ୍ ମାମଲା ମହାରାଷ୍ଟ୍ରରେ ରହିଛି । ହସ୍ପିଟାଲରେ ୨ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ସଂକ୍ରମଣ ମାମଲାରେ ଦ୍ୱିତୀୟ ସ୍ଥାନରେ ତାମିଲନାଡୁ, ତୃତୀୟରେ ଦିଲ୍ଲୀ, ଚତୁର୍ଥରେ ଗୁଜରାଟ ଓ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗରେ ରହିଛି । ଏହି ୫ ରାଜ୍ୟରେ ସବୁଠାରୁ ଅଧିକ ଆକ୍ଟିଭ୍ ମାମଲା ରହିଛି । ଆକ୍ଟିଭ୍ ମାମଲା ମଧ୍ୟଆରେ ଦୁନିଆରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ମୃତ୍ୟୁ ମାମଲାରେ ଆମେରିକା ଓ ବ୍ରାଜିଲ ପରେ ତୁତୀୟ ସ୍ଥାନରେ ଭାରତ ରହିଛି ।

   Related Posts