ଭାରତରେ ଲଗାତାର ବଢୁଛି ସୁସ୍ଥହାର, ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କରୋନାରେ ପ୍ରାଣ ହରାଇଛନ୍ତି ୮୯ ଜଣ

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୦୩।୧୧: ଭାରତରେ କରୋନାକୁ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ତାଜା ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ୨୦୦୦ ଲ୍ୟାବ୍‌ ସାହାଯ୍ୟରେ ପ୍ରାୟ ୧୧ କୋଟି ୧୭ ଲକ୍ଷ କରୋନା ଟେଷ୍ଟ ହୋଇ ସାରିଛି। ଦେଶରେ ସୁସ୍ଥହାର ଲଗାତାର ବଢିବାରେ ଲାଗିଛି। ଫଳରେ ସୁସ୍ଥହାର ପ୍ରାୟ ୯୨ ପ୍ରତିଶତ ରହିଛି।

ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି, ଯେବେଠୁ  କରୋନା ଆରମ୍ଭ ହୋଇଛି ତେବେଠୁ ଏ ପର୍ଯ୍ୟନ୍ତ ମୋଟ୍ ପଜିଟିଭ୍ ହାର ୭.୪ ପ୍ରତିଶତ ରହିଛି। ସାପ୍ତାହିକ ପଜିଟିଭ ହାର ୪.୪ ଏବଂ ଦୈନିକ ପଜିଟିଭ ହାର ୩.୭ ପ୍ରତିଶତ ରହିଛି। ସେ ଏହା ମଧ୍ୟ କହିଛନ୍ତି, ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୫୯୯୧ କରୋନା କେସ୍ ରହିଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୮୯ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଦୁନିଆରେ କରୋନା ମୃତ୍ୟୁହାରଠୁ ୧୫୪ କମ ରହିଛି।

ରାକେଶ ଭୂଷଣ କହିଛନ୍ତି ଦେଶରେ ସୁସ୍ଥହାର ଲଗାତାର ବଢି ଚାଲିଛି। ଜୁନରେ କେବଳ ୯୫୦୦୦ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ମୋଟ୍ ଆରୋଗ୍ୟକାରୀଙ୍କ ସଂଖ୍ୟା ବଢି ୭୬ ଲକ୍ଷରେ ପହଞ୍ଚିଛି। ଏବେ ସକ୍ରିୟ କେସ୍‌ ପ୍ରାୟ ୫ଲକ୍ଷ ୪୧ ହଜାର ରହିଛି ଯାହା ମୋଟ୍‌ ସଂକ୍ରମିତର ୬.୮ ପ୍ରତିଶତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.