ରେଳ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | April 27, 2020 IST

କଣ୍ଟାବାଞ୍ଜି୨୭/୪: ରେଳ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଳ ଷ୍ଟେସନରୁ ଟିଟିଲାଗଡ଼କୁ ସଂଯୋଗ କରୁଥିବା ରାସ୍ତାର ବନ୍ଧବାହାଲ ସାଗର ପୋଲ ଉପରେ ଯୁବକଙ୍କ ମୃତଦେହ ପଡିଥିଲା।  ଯୁବକଙ୍କ  ମୃତଦେହ ଦେଖିବା ପରେ ଗ୍ରାମବାସୀ ଫୋନ୍ ଯୋଗେ ମୁରିବାହାଲ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ।

ଏହାପରେ କଣ୍ଟାବାଞ୍ଜି ଆର୍‌ପିଏଫ୍ ଏବଂ ଟିଟିଲାଗଡ଼ ଜିଆର୍‌ଏଫ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ସଂପୃକ୍ତ ଯୁବକ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏଥିସହ ଯୁବକଙ୍କ ପ୍ରକୃତ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.