ଏହି ଅର୍ଥମନ୍ତ୍ରୀଙ୍କ ନାଁରେ ରହିଛି ସବୁଠୁ ଛୋଟ ବଜେଟ୍ ଭାଷଣର ରେକର୍ଡ଼ : ପଢ଼ିଥିଲେ ମାତ୍ର ୮୦୦ଟି ଶବ୍ଦ

Published By : Prameya-News7 Bureau | February 02, 2020 IST

ନୂଆଦିଲ୍ଲୀ ୨/୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେ ଶନିବାର ପାଖାପାଖି ୨ଘଣ୍ଟା ୪୧ମିନିଟର ଭାଷଣ ଦେଇଥିଲେ ଯାହା ବଜେଟ୍ ଇତିହାସରେ ସବୁଠୁ ଲମ୍ବା ଭାଷଣ ଥିଲା। ଅର୍ଥ ମନ୍ତ୍ରୀ ୨୦୧୯ବଜେଟରେ ୨ଘଣ୍ଟା ୧୭ମିନିଟର ଭାଷଣ ଦେଇଥିଲେ ,କିନ୍ତୁ ଏଥର ସେ ନିଜ ରେକର୍ଡ଼ ଭାଙ୍ଗି ଦେଇଥିଲେ।

ଖାସ୍ କଥା ହେଉଛି ଏହା ଯେ ଏତେ ଲମ୍ବା ଭାଷଣ ପରେ ମଧ୍ୟ ନିର୍ମଳା ବଜେଟର ଶେଷ ୨ପୃଷ୍ଠା ପଢ଼ିପାରିନଥିଲେ। ବଜେଟ୍ ପଢ଼ିବା ସମୟରେ ଅର୍ଥମନ୍ତ୍ରୀ ଝାଳ-ନାଳ ହୋଇଯାଇଥିଲେ। ଏହା ପରେ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ତାଙ୍କୁ ପାଣି ଦେଇଥିଲେ। ୨୦୧୪ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବଜେଟ୍ ଭାଷଣ ଅବଧି ପାଖାପାଖି ୨ଘଣ୍ଟା ୧୦ମିନିଟ୍ ଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଜସଓ୍ବନ୍ତ ସିଂହ  ୨୦୦୩ମସିହାରେ ପାଖାପାଖି ୨ଘଣ୍ଟା ୧୩ମିନିଟର ବଜେଟ୍ ଭାଷଣ ପଢ଼ିଥିଲେ।

ଦୁଇ ଘଣ୍ଟାରୁ ବେଶୀ ଭାଷଣ ଆଗରୁ ଅନେକ ଥର ଦିଆଯାଇଛି। ୨ଘଣ୍ଟାରୁ ଅଧିକ ସମୟ ଯାଏଁ ବଜେଟ୍ ଭାଷଣ ଅନେକ ଅର୍ଥମନ୍ତ୍ରୀ ପଢ଼ିଛନ୍ତି। କିନ୍ତୁ ଏବେ ଯାଏଁ କୌଣସି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭଳି ଲମ୍ବା ଭାଷଣ ଦେଇନାହାନ୍ତି।

କିନ୍ତୁ ଶବ୍ଦ ହିସାବରେ ସବୁଠୁ ଲମ୍ବା ଭାଷଣ ୧୯୯୧ମସିହାରେ ତତ୍କାଳୀନ ଅର୍ଥ ମନ୍ତ୍ରୀ ମନମୋହନ ସିଂହଙ୍କ ଥିଲା ଯେଉଁଥିରେ ୧୮,୬୫୦ ଶବ୍ଦ ଥିଲା।  ଏହା ପରେ ୨୦୧୭ମସିହାରେ ଅରୁଣ ଜେଟଲୀ ୧୮,୬୦୪ ଶବ୍ଦର ବଜେଟ୍ ଭାଷଣ ପଢ଼ିଥିଲେ। ୧୯୭୭ମସିହାରେ ହିରୁଭାଇ ପଟେଲ୍ ମାତ୍ର ୮୦୦ ଶବ୍ଦର ସବୁଠୁ ଛୋଟ ଭାଷଣ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.