ଭଦ୍ରକ ଚରମ୍ପା ଷ୍ଟେସନରେ ଓହ୍ଲାଇଛନ୍ତି ରେକର୍ଡ ସଂଖ୍ୟକ ପ୍ରବାସୀ

Published By : Prameya-News7 Bureau | May 26, 2020 IST

ଭଦ୍ରକ ୨୬।୫: ଭଦ୍ରକରେ ପହଞ୍ଚିଲେ ପ୍ରବାସୀ ଓଡିଆ । ସ୍ବତନ୍ତ୍ର ଟ୍ରେନ୍ ଯୋଗେ ବିଭିନ୍ନ ଜିଲ୍ଲାର ପ୍ରବାସୀମାନେ ଆସି ଭଦ୍ରକ ଚରମ୍ପା ଷ୍ଟେସନରେ ଓହ୍ଲାଇଛନ୍ତି । ସୋମବାର ଚରମ୍ପା ଷ୍ଟେସନରେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ୪୮୩୭ ପ୍ରବାସୀ ଆସି ପହଞ୍ଚିଥିଲେ ।

{"id":276289,"sizeSlug":"large"}

ଏଥରକ ସବୁଠୁ ଅଧିକ ପ୍ରବାସୀ ଫେରିଥିବା ଜଣାପଡିଛି । ପୂର୍ବରୁ ଅନେକ ପ୍ରବାସୀ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଫେରିଥିବା ବେଳେ ଏଥର ରେକର୍ଡ ସଂଖ୍ୟାକ ପ୍ରବାସୀ ଫେରିଛନ୍ତି । ବିଭିନ୍ନ ଜିଲ୍ଲାର ପ୍ରାୟ ୧୦ ହଜାର ୮୯୭ ପ୍ରବାସୀ ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନରେ ଓହ୍ଲାଇଛନ୍ତି ।

{"id":276290,"sizeSlug":"large"}

ଲକ୍ ଡାଉନ୍ ଯୋଗୁଁ ବାହାର ରାଜ୍ୟରେ ଫସିରହିଥିଲେ ଅନେକ ପ୍ରବାସୀ ଓଡିଆ । ରାଜ୍ୟ ସରକାର ସେଠାରୁ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଏହି କ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପ୍ରବାସୀମାନେ ଫେରୁଛନ୍ତି । ଭଦ୍ରକ ଜିଲ୍ଲାକୁ ମଧ୍ୟ ପ୍ରବାସୀ ଓଡିଆମାନେ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.