Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ, ଏବେ ସୁଦ୍ଧା ୪୭ ଲକ୍ଷରୁ ଅଧିକ ଲୋକ ନେଲେଣି ଟିକା

21/06/2021 at 4:52 PM

ନୂଆଦିଲ୍ଲୀ ୨୧/୦୬ : ଭାରତରେ କରୋନା ଭାଇରସ ବିରୁଦ୍ଧରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜୁନ ୨୧ ତାରିଖ, ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪୭ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ କରି ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ଅପରାହ୍ନ ୩ ଟା ସୁଦ୍ଧା ଭାରତରେ ୪୭.୫ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଥିଲା, ଯାହା ଏପର୍ଯ୍ୟନ୍ତ କୌଣସି ଦିନରେ ଦିଆଯାଇଥିବା ଟିକା ସଂଖ୍ୟାଠାରୁ ଅଧିକ।

ଜୁନ୍ ୨୧ ରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ଅଧୀନରେ କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୭ ରେ ଘୋଷଣା କରିଥିଲେ ଯେ ରାଜ୍ୟମାନଙ୍କୁ ଟୀକା ଉତ୍ପାଦନକାରୀ କମ୍ପାନୀ ଠାରୁ ଟୀକା କିଣିବାକୁ ପଡ଼ିବ ନାହିଁ। କେନ୍ଦ୍ର ୭୫ ପ୍ରତିଶତ ଟିକା କ୍ରୟ କରିବ ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶରେ ମାଗଣାରେ ବଣ୍ଟନ କରିବ।

ଭାରତରେ ପ୍ରଥମ ଟିକାକରଣ କାର୍ଯ୍ୟକ୍ରମ ଜାନୁଆରୀ ୧୬ ରୁ ଆରମ୍ଭ ହୋଇ ଏପ୍ରିଲ ୩୦ ଯାଏଁ ଚାଲିଥିଲା। ସେତେବେଳେ କେନ୍ଦ୍ର ସରକାରଙ୍କ ନୀତି ଥିଲା ଯେ ଟିକା ଉତ୍ପାଦନକାରୀଙ୍କ ଠାରୁ ୧୦୦% ଟିକା କ୍ରୟ କରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣାରେ ଦେଇଥିଲା। ପ୍ରଥମ ପର୍ଯ୍ୟାୟରେ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରାଥମିକତା ଦିଆଯାଇଥିଲା। ଏହା ପରେ, ମେ ୧ ରୁ କେନ୍ଦ୍ର ଏକ ଉଦାରବାଦୀ ନୀତି ଲାଗୁ କରିଥିଲା ଯେଉଁଥିରେ କେନ୍ଦ୍ର ଟିକା ଉତ୍ପାଦନକାରୀଙ୍କ ଠାରୁ ୫୦ ପ୍ରତିଶତ ଟିକା କ୍ରୟ କରିଥିଲା। ଅବଶିଷ୍ଟ ୫୦ ପ୍ରତିଶତ ରାଜ୍ୟ ତଥା ବେସରକାରୀ ଡାକ୍ତରଖାନା ନିଜେ ଉତ୍ପାଦକମାନଙ୍କ ଠାରୁ କ୍ରୟ କରିଥିଲେ।

ଜୁନ ୨୧ ରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ Cowin.gov.in ଆପରେ ପୂର୍ବରୁ ପଞ୍ଜିକରଣ କରାଇବା ଆବଶ୍ୟକତା ନାହିଁ। ସମସ୍ତ ସରକାରୀ ଓ ପ୍ରାଇଭେଟ ଟିକାକରଣ କେନ୍ଦ୍ରରେ ପହଞ୍ଚି ଥିବା ଲୋକଙ୍କୁ ସିଧା ସଳଖ ଟିକା ଦିଆଯିବ।

   Related Posts