ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ, ୨୪ଘଣ୍ଟାରେ ୪୦ହଜାରରୁ ଅଧିକ ପରୀକ୍ଷଣ

Published By : Prameya-News7 Bureau | August 13, 2020 IST

ଭୁବନେଶ୍ୱର ୧୩।୦୮: ରାଜ୍ୟରେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟାକ ଟେଷ୍ଟିଂ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ୪୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ । ଏହା କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାର ୭୧୧ କୋଭିଡ୍ ଟେଷ୍ଟ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସୂଚନା ଦେଇଛନ୍ତି । ଗତ ୪ ଦିନ ହେଲା ଟେଷ୍ଟିଂ ସଂଖ୍ୟା ବଢ଼ିଛି । ଅଗଷ୍ଟ ୨୦ ସୁଦ୍ଧା ୫୦ ହଜାରରୁ ଅଧିକ ଟେଷ୍ଟ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ତେବେ ଏଥିମଧ୍ୟରେ ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନେଟ୍ କୋଭିଡ୍ ଟେଷ୍ଟ କରାଯାଇଛି । ଏସବୁ ପରୀକ୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଇଛି ।

ଯେତେ ଅଧିକ ଟେଷ୍ଟ କରାଯିବ, ସେତେ ଅଧିକ ସଂଖ୍ୟକ ପଜିଟିଭ୍ ମାମଲା ଆସିବାର ବି ଆଶଙ୍କା ରହିଛି । ସବ୍-ଡିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ପ୍ରଦାନ କରାଯିବ । ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗଭର ହେବ ସେଥିପାଇଁ ପଞ୍ଚାୟତ ସ୍ତରରେ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.