Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ, ୨୪ଘଣ୍ଟାରେ ୫୩ ହଜାରରୁ ଅଧିକ ପରୀକ୍ଷଣ

20/08/2020 at 8:24 AM

ଭୁବନେଶ୍ୱର ୨୦।୦୮: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । କିପରି ସଂକ୍ରମଣ ଚେନ୍‌କୁ ଭଙ୍ଗାଯିବ , ସେଥିନେଇ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିର ସଂଖ୍ୟା ବୃଦ୍ଧି କରାଯାଇଛି । ତେବେ  ରାଜ୍ୟରେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟାକ ଟେଷ୍ଟିଂ ହୋଇଛି । ରାଜ୍ୟରେ ରେକର୍ଡ ସଂଖ୍ୟକ ୫୩ ହଜାରରୁ ଅଧିକ ଟେଷ୍ଟ ହୋଇଛି ।

ରାଜ୍ୟରେ ଗୋଟିଏ ଦିନରେ ୫୩ ହଜାର ୪୭୮ ଟେଷ୍ଟ ହୋଇଛି । ୫ ହଜାର ୮୪୯ RT-PCR ଟେଷ୍ଟ, ୪୭ ହଜାର ୫୧୨ ଆଣ୍ଟିଜେନ୍‌ ଏବଂ ୧୧୭ ଟ୍ରୁନାଟ୍‌ ଟେଷ୍ଟ ହୋଇଛି । ସେହିପରି RMRCରେ ୧୪୫୦, ILS ୭୨, ଏମ୍ସରେ ୪୦୯ ,  ଏସ୍‌ସିବିରେ ୨୩୫୯, MKCGରେ ୨୪୯, ଭୀମସାରରେ ୨୧୬ ଟେଷ୍ଟ କରାଯାଇଛି । ସେପଟେ ଗଞ୍ଜାମ ଜିଲ୍ଲାରେ ୬୫୬୪,  ମୟୁରଭଞ୍ଜରେ ୩୦୯୩, ସୁନ୍ଦରଗଡରେ ୩୦୦୪, କେନ୍ଦ୍ରାପଡାରେ ୨୭୯୦, କେନ୍ଦୁଝରରେ ୨୭୪୪, ନୟାଗଡରେ  ୨୫୧୬, ବଲାଙ୍ଗିରରେ ୨୨୫୨, କଳାହାଣ୍ଡିରେ ୨୧୪୧ ଟେଷ୍ଟ କରାଯାଇଛି । ଯେତେ ଅଧିକ ଟେଷ୍ଟ ହେବ ସେତେ ଅଧିକ ସଂକ୍ରମିତ ଚିହ୍ନଟ ହେବେ ବୋଲି ସୂଚନା ରହିଛି । ଆଗାମୀ ଦିନରେ ଏହି ଟେଷ୍ଟର ସଂଖ୍ୟା ୧ଲକ୍ଷକୁ ବୃଦ୍ଧି କରାଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି  ବୋଲି  ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ କହିଥିଲେ । ତେବେ ଗତ କିଛି ଦିନ ହେଲା ଟେଷ୍ଟର ମାତ୍ରା ବୃଦ୍ଧି ପାଇଛି ।  

   Related Posts