ରେକର୍ଡ ଭାଙ୍ଗିଲା ସେନ୍‌ସେକ୍ସ , ପ୍ରଥମ ଥର ପାଇଁ ୫୦ ହଜାର ଉପରେ ହେଉଛି କାରବାର

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ, ୨୧/୦୧: ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ସେନ୍‌ସେକ୍ସ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି । ୩୦ଟି ବଡ଼ ବଡ଼ କମ୍ପାନୀକୁ ନେଇ ପ୍ରସ୍ତୁତ କରାଯାଉଥିବା ପ୍ରମୁଖ ଇଣ୍ଡେକ୍ସ ସେନ୍‌ସେକ୍ସ ଆଜି ରେକର୍ଡ ସ୍ତର ପାର କରିଛି । ପ୍ରି- ଟ୍ରେଡିଙ୍ଗ୍ ସମୟରେ ଏହା ଉତ୍ସାହଜନକ ଭାବେ ବୃଦ୍ଧି ପାଇ ୫୦ ହଜାର ୨ ପଏଣ୍ଟରେ ଖୋଲିବାକୁ ସମର୍ଥ ହୋଇଛି ।

ସେୟାର ମାର୍କେଟ୍ ଇତିହାସରେ ଏହି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଯେଉଁ ଥିରେ ବିଏସ୍ଇ-ସେନ୍‌ସେକ୍ସ ୫୦ ହଜାର ପଏଣ୍ଟ ପାର କରିଛି । ସେନ୍‌ସେକ୍ସ ୬ ବର୍ଷ ୮ ମାସ ୫ ଦିନରେ ୨୫ ହଜାରରୁ ୫୦ ହଜାରରେ ପହଞ୍ଚିଛି । ଏହାଛଡ଼ା ନାଶନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟି ମଧ୍ୟ ୧୪ ହଜାର ୭ ଶହ ପଏଣ୍ଟରେ ଖୋଲିଛି ।ଏହା ପୂର୍ବରୁ ଆମେରିକାରେ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଶପଥ ନେବା ପରେ ୱାଲ୍ ଷ୍ଟ୍ରିଟ୍ରେ ଭି ମାର୍କେଟ୍ ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବାର ଦିଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.