ରେକର୍ଡ ସୃଷ୍ଟି କଲା ଆରୋଗ୍ୟ ସେତୁ : ୧୩ ଦିନରେ ଆପ୍ ଡାଉନଲୋଡ଼ କଲେ ୫ କୋଟି ୟୁଜର୍ସ

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫/୦୪: କରୋନା ଭାଇରସରେ ସଂକ୍ରମିତ ଲୋକଙ୍କୁ ଟ୍ରାକ କରିବା ପାଇଁ ନିକଟରେ ଭାରତ ସରକାର ଆରୋଗ୍ୟ ସେତୁ ମୋବାଇଲ ଆପ୍ ଲଞ୍ଚ କରିଛନ୍ତି | ଆପ୍ ଲଞ୍ଚ ହେବାର ମାତ୍ର ୧୩ ଦିନରେ ଏହି ଆପକୁ ୫ କୋଟି ଲୋକ ଡାଉନଲୋଡ଼ କରିଛନ୍ତି| ବର୍ତ୍ତମାନ ଏହି ଆପ୍ ଦୁନିଆର ସବୁଠାରୁ ଅଧିକ ଡାଉନଲୋଡ଼ କରାଯାଉଥିବା ଆପ ତାଲିକା ଅନ୍ତର୍ଭୁକ୍ତ | ଏ ସମ୍ପର୍କରେ ନୀତି ଆୟୋଗର ଏକା ରିପୋର୍ଟ ମିଳିଛି |

{"id":254761,"sizeSlug":"large"}

ଭାରତ ସରକାର କିଛି ଦିନ ପୂର୍ବରୁ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଆରୋଗ୍ୟ ସେତୁ ଆପ୍ ଲଞ୍ଚ କରିଥିଲେ | ଜାଣନ୍ତୁ ଏହି ଆପ ଭାଇରସ ସଂକ୍ରମଣକୁ ବିସ୍ତାର କରିବାରେ ରୋକିବାକୁ କିଭଳି ସରକାର ଓ ଜନତାଙ୍କୁ ସାହାଯ୍ୟ କରୁଛି | ଆରୋଗ୍ୟ ସେତୁ ଏକା କରୋନା ଭାଇରସ ଟ୍ରାକିଙ୍ଗ ଆପ୍ | ଏଥିରେ ଲୋକେସନ ଡାଟା ଏବଂ ବ୍ଲୁଟୁଥ୍ ମାଧ୍ୟମରେ ୟୁଜରଙ୍କୁ ସୂଚନା ଦେଇଥାଏ ଯେ, କରୋନା ଭାଇରସ ଦ୍ୱାରା ସଂକ୍ରମିତ କୌଣସି ବ୍ୟକ୍ତି ଆପଣଙ୍କ ଠାରୁ ୬ ଫୁଟ ଦୂରତାରେ ଅଛନ୍ତି ନାଁ ନାହିଁ | ଏହି ସୂଚନା ୟୁଜର୍ସଙ୍କ ନିକଟକୁ ପହଞ୍ଚାଇବା ପାଇଁ ଆପ୍ କରୋନା ସଂକ୍ରମଣରେ ପୀଡିତ ଲୋକଙ୍କ ଡାଟାବେଶ ଚେକ୍ କରିଥାଏ |

କରୋନା ଭାଇରସ ଯାଞ୍ଚରେ ଯଦି ଜଣେ ବ୍ୟକ୍ତିଙ୍କ ସଂକ୍ରମିତ ହୋଇଥାନ୍ତି ଏବଂ ଆପ ତାଙ୍କ ସମ୍ପର୍କରେ ଆସେ ତାହେଲେ ଏହା ସରକାରଙ୍କୁ ସହ ଆପଣଙ୍କ ଡାଟା ସେୟାର କରିବ ଯେଭଳି ସଂକ୍ରମିତ ବ୍ୟକ୍ତିଙ୍କ ଅତି ଶୀଘ୍ର ଚିକିତ୍ସା କରାଯାଇପାରିବ|ଏହି ଆପ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ପୁରା ଧ୍ୟାନ ଦେଇଛି | ବ୍ୟକ୍ତିଗତ ଡାଟା କୌଣସି ଥାର୍ଡ଼ ପାର୍ଟି ଆପ ସହ ସେୟାର କରାଯାଏ ନାହିଁ |ଆରୋଗ୍ୟ ସେତୁ ଆପରେ ଆହୁରି ଅନେକ ଫିଚର ରହିଛି | ଏହାଛଡା ଏହି ଆପ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅପଡେଟ୍ ଓ ଭାରତର ପ୍ରତ୍ୟେକ ରାଜ୍ୟରେ କରୋନା ଭାଇରସ ହେଲ୍ପ ଲାଇନ ନମ୍ବର ତାଲିକା ମଧ୍ୟ ଦେଖାଇଥାଏ | ଯେଉଁଥିପାଇଁ ଏହା ଲୋକଙ୍କ ପାଇଁ ଅନେକ ଉପଯୋଗୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.