Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଦେଶରେ ରେକର୍ଡସ୍ତରରେ କରୋନା ମାମଲା, କେବଳ ଏହି ୮ ରାଜ୍ୟରୁ ୮୦ ପ୍ରତିଶତ କେସ୍

4/04/2021 at 4:59 PM

ନୂଆଦିଲ୍ଲୀ ୦୪।୦୪: ଶନିବାର ସମଗ୍ର ଦେଶରେ ୯୩ ହଜାର ୨୪୯ କୋଭିଡ୍-୧୯ ପଜିଟିଭ୍‌  ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ କେସ୍‌ ଦେଶର କେବଳ ଆଠ ରାଜ୍ୟରୁ ଆସିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ଆଠ ରାଜ୍ୟ ହେଉଛି ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡୁ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଗୁଜରାଟ। ଦେଶରେ ସଂପ୍ରତି ଆକ୍ଟିଭ୍ କେସ୍ ସଂଖ୍ୟା ୯୧ ହଜାର ୫୯୭ ରହିଛି। ଏହା ମୋଟ୍ ସଂକ୍ରମିତଙ୍କ ୫.୫୪ ପ୍ରତିଶତ  ହେବ।

ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ କରୋନା ଭାଇରସ୍‌ରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୨ ହଜାର ୬୮୮ ବୃଦ୍ଧି ଘଟିଛି। ଏଥିରେ ୭୬.୪୧ ପ୍ରତିଶତ କେସ୍‌ କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ, କେରଳ ଓ ପଞ୍ଜାବର। ଏକାକୀ ମହାରାଷ୍ଟ୍ରରେ ହିଁ ଦେଶର ୫୮.୧୯ ପ୍ରତିଶତ ସକ୍ରିୟ ମାମଲା ରହିଛନ୍ତି। ଭାରତରେ ଶନିବାର ଚିହ୍ନଟ ହୋଇଥିବା ୯୩ ହଜାର ୨୪୯ କେସ୍‌କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୧ କୋଟି ୨୪ ଲକ୍ଷ ୮୫  ହଜାର ୫୦୯ରେ ପହଞ୍ଚିଛି।

ମହାରାଷ୍ଟ୍ର ଓ ପଞ୍ଜାବ ଆଗରେ

ମହାରାଷ୍ଟ୍ର ଓ ପଞ୍ଜାବ ଦେଶର ଏମିତି ଦୁଇଟି ରାଜ୍ୟ ଯେଉଁଠି ଗତ କେଇ ଦିନ ହେବ ଦୈନିକ ସର୍ବାଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସବୁ ଚିନ୍ତା ମଧ୍ୟରେ ଆଶ୍ଵସ୍ତିକର ଖବର ଏହା ଯେ, ଦେଶର ୧୪  ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣଙ୍କର ହେଲେ କରୋନାରେ ମୃତ୍ୟୁ ଘଟିନି।

   Related Posts