Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି କରୋନାରେ ଦୁଇ ଦୁଇଟି ରେକର୍ଡ: ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ପରେ ସର୍ବାଧିକ ୪୧୨୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଲେ

16/09/2020 at 7:12 PM

ଭୁବନେଶ୍ଵର ୧୬।୦୯: ଆଜି ରାଜ୍ୟରେ କରୋନା ଦୁଇଟି ଦୁଇଟି ବଡ ରେକର୍ଡ କରିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରେକର୍ଡ ସଂଖ୍ୟାରେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ରେକର୍ଡ ୪୨୭୦ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଥିଲା। ହେଲେ ସନ୍ତୋଷର କଥା ଏହି ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୪୧୨୧ କୋଭିଡ୍-୧୯ ପଜିଟିଭ୍ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ଆରୋଗ୍ୟକାରୀଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୨ ରୋଗୀ ସୁସ୍ଥ ହୋଇଛନ୍ତି। ସେହି ପରି କଟକ ଜିଲ୍ଲାରୁ ୪୪୦, ପୁରୀ ଜିଲ୍ଲାରୁ ୨୭୫, ଯାଜପୁରରୁ ୨୭୨, ନୂଆପଡାରୁ ୨୬୮, ଅନୁଗୁଳରୁ ୧୮୭, ବରଗଡ ଜିଲ୍ଲାରୁ ୧୮୧, ଢେଙ୍କାନାଳ ଜିଲ୍ଲାରୁ ୧୫୦, ମୟୂରଭଞ୍ଜ ଜିଲ୍ଲାରୁ ୧୨୬, ସୋନପୁରରୁ ୧୨୨, କୋରାପୁଟରୁ ୧୧୯, ବାଲେଶ୍ଵର ଓ ବଲାଙ୍ଗିରରୁ ୧୦୮ ଜଣ ଲେଖାଏଁ, ଗଞ୍ଜାମରୁ ୧୦୩ ରୋଗୀ ସୁସ୍ଥ ହୋଇ ଘରକୁ  ଫେରିଛନ୍ତି।

ସେହି ପରି ଜଗତସିଂହପୁର ଜିଲ୍ଲାରୁ ୯୭, କେନ୍ଦୁଝରରୁ ୮୩, ବୌଦ୍ଧରୁ ୭୬, କେନ୍ଦ୍ରାପଡାରୁ ୭୫, କନ୍ଧମାଳରୁ ୬୯, ଝାରସୁଗୁଡାରୁ ୬୬, ସୁନ୍ଦରଗଡରୁ ୬୪, ଭଦ୍ରକରୁ ୬୨, ରାୟଗଡାରୁ ୬୧, ସମ୍ବଲପୁର ଜିଲ୍ଲାରୁ ୬୦, ନୟାଗଡରୁ ୫୬, କଳାହାଣ୍ଡିରୁ ୫୧, ଗଜପତିରୁ ୨୯, ଦେବଗଡରୁ ୨୪, ନବରଙ୍ଗପୁରରୁ ୨୪ ଓ ମାଲକାନଗିରିରୁ ୧୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି। ଏହି ପରି ଆଜି ଗୋଟିଏ ସର୍ବକାଳୀନ ୪୧୨୧ କୋଭିଡ୍-୧୯ ପଜିଟିଭ୍ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟା ୪୨୭୦ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୧ ଲକ୍ଷ ୬୨ ହଜାର ୯୨୦ରେ ପହଞ୍ଚିଛି। ସେହି ପରି ୧୧ ଜଣଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ଘଟିଛି। ଆଜିର ସୁସ୍ଥଙ୍କୁ ମିଶାଇଲେ ଏ ପର୍ଯ୍ୟନ୍ତ ଆରୋଗ୍ୟକାରୀଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯କୁ ବୃଦ୍ଧି ଘଟିଛି।

   Related Posts