ଟେଲିକମ୍‌ କମ୍ପାନୀ ଦେବେ ଦ୍ୱିତୀୟ ଝଟକା- ପୁଣି ବଢିପାରେ ମୋବାଇଲ୍‌ ରିଚାର୍ଜ

Published By : Prameya-News7 Bureau | December 25, 2019 IST

ନୂଆଦିଲ୍ଲୀ ୨୫।୧୨ - ଏବେ ଟେଲିକମ୍‌ କମ୍ପାନମାନେ ନିଜର ରିଚାର୍ଜ ଦର ବୃଦ୍ଧି କରିଛନ୍ତି । ରିଲାଏନ୍ସ୍‌ଜିଓ, ଆଇଡିଆ, ଭୋଡାଫୋନ୍‌ ଓ ଏୟାରଟେଲ୍‌ ନିଜର ପ୍ଲାନ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏବେ ପୁଣି ଏହି କମ୍ପାନୀମାନେ ନିଜର ପ୍ଲାନ ବା ଦର ବୃଦ୍ଧି କରିପାରନ୍ତି ।

{"id":202461,"width":565,"height":408,"sizeSlug":"large"}

ଭାରତର ସମସ୍ତ ଟେଲିକମ୍‌ କମ୍ପାନୀ ପୁଣିଥରେ ଟାରିଫ୍‌ ଦର ବୃଦ୍ଧି କରିପାରନ୍ତି । ଏବେ ହେଉଥିବା କ୍ଷତି ଯୋଗୁଁ ଟେଲିକମ୍‌ କମ୍ପାନୀମାନେ ଏହି ଦର ବୃଦ୍ଧି କରିପାରନ୍ତି ।

{"id":202462,"sizeSlug":"large"}

ଟେଲିକମ୍‌ ଟକ୍‌ର ଏକ ରିପୋର୍ଟ ଅନୁସାରେ ସେଲୁଲାର ଅପରେଟରସ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ଡାଇରେକ୍ଟର ଜେନେରାଲ୍‌ ରାଜନ ମ୍ୟାଥ୍ୟୁ ଏହି ଆଶଙ୍କା କରିଛନ୍ତି। ଏବେ ଇଣ୍ଡଷ୍ଟ୍ରୀ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଏହି ଚାପକୁ କମ୍‌ କରିବା ପାଇଁ ରିଚାର୍ଜ ପ୍ଲାନ ବୃଦ୍ଧି କରାଯାଇ ପାରେ ବୋଲି କହିଛନ୍ତି । ଦର ପ୍ରାୟ ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.