ଜିଓ, ଭୋଡାଫୋନ ଓ ଏୟାରଟେଲର ନୂଆ ରିଚାର୍ଜ୍ ପ୍ଲାନ: ଫ୍ରି କଲିଂ ସହ ମିଳୁଛି ଦୈନିକ ୩ ଜିବି ଡାଟା

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ, ୨୯|୦୩:   ୟୁଜରଙ୍କ ଚାହିଦାକୁ ଦେଖି ବିଭିନ୍ନ ଟେଲିକମ୍ କମ୍ପାନୀ ଶସ୍ତା ପ୍ଲାନ୍ ଲଞ୍ଚ କରୁଛନ୍ତି । ଯେଉଁଥିରେ ଅନଲିମିଟେଡ୍ ଡାଟା ସହ ଫ୍ରି କଲିଂ ଓ ଏସଏମଏସ ମିଳୁଛି । ଜିଓ, ଏୟାରଟେଲ ଓ ଭୋଡାଫୋନର ଏହି ପ୍ଲାନରେ ୟୁଜରଙ୍କୁ ଅଧିକ ଡାଟା ମିଳୁଛି ।

{"id":245985,"width":749,"height":499,"sizeSlug":"large"}

ଜିଓ

ଜିଓ ୩୪୯ ଟଙ୍କାର ଏକ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି । ଏଥିରେ ୟୁଜରଙ୍କୁ ୮୪ ଜିବି ଡାଟା ମିଳିବ । ଯାହା ଦୈନିକ ୩ ଜିବି ଡାଟା ସହ ସମାନ । ଏହାର ଭାଲିଡିଟି ହେଉଛି ୨୮ ଦିନ । ଏହି ପ୍ୟାକରେ ୟୁଜରଙ୍କୁ ଜିଓ ନମ୍ବରକୁ ଅନଲିମିଟେଡ୍ କଲିଂ, ନନ୍ ଜିଓ ନମ୍ବରକୁ ୧୦୦୦ ମିନିଟ ଓ ଦୈନିକ ୧୦୦ ଏସଏମଏସ ମିଳୁଛି ।

ଏୟାରଟେଲ୍-

କମ୍ପାନୀ ୨ଟି ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଯେଉଁଥିରେ ଦୈନିକ ୩ ଜିବି ଡାଟା ମିଳୁଛି । ୩୯୮ ଟଙ୍କାର ପ୍ଲାନରେ ଅନଲିମିଟେଡ୍ ଲୋକାଲ, ଏସଟିଡି ଫ୍ରି କଲିଂର ସୁବିଧା ରହିଥିବା ବେଳେ ଦୈନିକ ୧୦୦ ଏସଏମଏସ ମଧ୍ୟ ମିଳୁଛି । ୫୯୮ ଟଙ୍କାର ପ୍ଲାନରେ ମଧ୍ୟ ସମାନ ସୁବିଧା ମିଳୁଥିବା ବେଳେ ଏହାର ଭାଲିଡିଟି ରହିଛି ୫୬ ଦଦିନ ।

ଭୋଡାଫୋନ

କମ୍ପାନୀ ୫ଟି ରିଚାର୍ଜ ପ୍ଲାନ ଲଞ୍ଚ୍ କରିଛି ଯେଉଁଥିରେ ଦୈନିକ ୩ ଜିବି ଡାଟା ମିଳୁଛି । ୨୪୯ ଟଙ୍କାର ପ୍ଲାନରେ ଦୈନିକ ୩ ଜିବି ଡାଟା ସହ ଅନଲିମିଟେଡ୍ କଲିଂ ଓ ୧୦୦ ଏସଏମଏସ ମିଳୁଛି । ଏହାସହ ୩୯୯ ଓ ୫୯୯ ଟଙ୍କାର ରିଚାର୍ଜ ପ୍ଲାନରେ ସମାନ ସୁବିଧା ମିଳୁଥିବା ବେଳେ ଭାଲିଡିଟି ଯଥାକ୍ରମେ ୫୬ ଓ ୮୪ ଦିନ ରହିଛି । ୫୫୮ ଟଙ୍କାର ପ୍ଲାନରେ ଦୈନିକ ୩ ଜିବି ଡାଟା ସହ ଅନଲିମିଟେଡ୍ କଲିଂ ଓ ଜୀ୫, ଭୋଡାଫୋନ୍ ପ୍ଲେର ଫ୍ରି ସବସ୍କ୍ରିବସନ୍ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.