ଦେଶର ମାନ୍ଦା ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର, ତଥାପି ଅଭିବୃଦ୍ଧି ହାର ଚିନ୍ତାଜନକ

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ ୨୭/୧୧ : କରୋନା ମହାମାରୀ ସଙ୍କଟ ମଧ୍ୟରେ ନଭେମ୍ବର ୨୭ ଅର୍ଥାତ୍ ଶୁକ୍ରବାର ଦ୍ବିତୀୟ ଥର ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ପ୍ରକାଶ ପାଇଛି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୖମାସିକରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଦେଶର ଜିଡିପି ଅଭିବୃଦ୍ଧି ହାର ମାଇନସ ୭.୫ ପ୍ରତିଶତ ରହିଛି । ଆର୍ଥିକ ବର୍ଷର ପ୍ରଥମ ତ୍ରୖମାସିକରେ ଜିଡିପି ଅଭିବୃଦ୍ଧି ହାର ମାଇନସ ୨୪ ପ୍ରତିଶତ ରହିଥିଲା । ଯାହକି ଦେଶର ଅର୍ଥବ୍ୟବସ୍ଥାର ସର୍ବକାଳୀନ ଖରାପ ରେକର୍ଡ ଭାବେ ଅଭିହିତ ହୋଇଥିଲା ।

ତେବେ ଦ୍ବିତୀୟ ତ୍ରୖମାସିକରେ ଜିଡିପି ଅଭିବୃଦ୍ଧି ହାର କିଛି ମାତ୍ରାରେ ସୁଧାର ଆସିଥିଲେ ମଧ୍ୟ, ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ଜିଡିପି ଅଭିବୃଦ୍ଧି ହାର ବିଯୁକ୍ତ ଅର୍ଥାତ ମାଇନସ ହିଁ ରହିଛି । କୋର୍ ସେକ୍କର୍ କଥା କହିବାକୁ ଗଲେ ଅକ୍ଟୋବର ମାସରେ ଅଭିବୃଦ୍ଧି ହାର ମାଇନସ ୨.୫ ପ୍ରତିଶତ ଥିଲା ଯାହାକି ସେପ୍ଟେମ୍ବର ମାସର ଅଭିବୃଦ୍ଧି ହାର ୦.୮ ପ୍ରତିଶତ ଠାରୁ କମ । କୋଇଲା, ତେଲ, ଷ୍ଟିଲ୍ ,ପେଟ୍ରୋ ରିଫାଇନିଂ, ବିଜୁଳି ଏବଂ ପ୍ରାକୃତିକ ଗ୍ୟାସ୍ ଉଦ୍ୟୋଗମାନଙ୍କୁ ଅର୍ଥବ୍ୟବସ୍ଥାର ମୂଳଦୁଆ ଭାବେ ବିବେଚନା କରାଯାଏ । ଏହି ୮ଟି ସେକ୍ଟରକୁ କୋର୍ ସେକ୍ଟର କୁହାଯାଏ ।

ଅର୍ଥବ୍ୟବସ୍ଥାର ପରିଭାଷା ଅନୁଯାୟୀ, ଯଦି ଗୋଟିଏ ଦେଶର ଜିଡିପି କ୍ରମାଗତ ଦୁଇଟି ତ୍ରୖମାସିକ ପାଇଁ ମାଇନସ୍ ରହିଥାଏ ଅର୍ଥାତ ଅଭିବୃଦ୍ଧି ପରିବର୍ତ୍ତେ ଖସିଯାଏ, ତେବେ ଏହାକୁ ଦେଶର ଆର୍ଥିକ ସଙ୍କଟ ଭାବେ ବିବେଚନା କରାଯାଏ | ତେବେ ଦେଶ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଚଳିତ ଆର୍ଥିକ ବର୍ଷର କ୍ରମାଗତ ଦୁଇଟି ତ୍ରୖମାସିକରେ ଦେଶର ଜିଡିପି ନକାରାତ୍ମକ ସ୍ଥିତିରେ ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.