Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବହୁ ବର୍ଷରୁ ନିଖୋଜ ଥିଲେ ଏହି ବଲିଉଡ କଳାକାର, ଏବେ ତାଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ସମସ୍ତେ

5/04/2019 at 4:06 PM

ମୁମ୍ୱାଇ୫|୪: ବଲିଉଡରେ ଅନେକ ଘଟଣା ଘଟେ ଯାହା ଆଚମ୍ୱିତ କରିଥାଏ। ଏଠାରେ କିଛି କଳାକାର ରାତା ରାତି ଷ୍ଟାର ହୋଇଥାନ୍ତି ତ କିଛି ହଜି ଯାଆନ୍ତି। ଯେମିତି କି ପ୍ରିୟା ପ୍ରକାଶ । ଗୋଟିଏ ଭିଡିଓ ଦ୍ୱାରା ରାତା ରାତି ଫେମସ ହୋଇଥିଲେ। କେବେ କେବେ ବଲିଉଡର ବଡ ଷ୍ଟାର ମଧ୍ୟ ଲାଇମ୍‌ଲାଇଟ୍‌ରୁ ଦୂରେଇଯାଆନ୍ତି। ତେବେ ଜାଣନ୍ତୁ ଏମିତି ଏକ କଳାକାରଙ୍କ ବିଷୟରେ ଯିଏ ଘରେ ଘରେ ପରିଚିତ ଥିଲେ, କିନ୍ତୁ ଏବେ ବହୁତ ଦିନ ହେବ ଲାଇମଲାଇଟ୍‌ରେ ନାହାନ୍ତି।  

ଟିଭି ସିରିଏଲର ଫେମସ ଧାରାବାହିକ “ସାରାଭାଇ ଭର୍ସେସ ସାରାଭାଇ”ରେ ଅଭିନୟ କରୁଥିବା କଳାକାର ରାଜେଶ କୁମାର ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏହି ଧାରାବାହିକରେ ରାଜେଶ, ରମେଶ ଭୂମିକାରେ ଅଭିନୟ କରୁଥିଲେ। ସାରାଭାଇ ଧାରାବାହିକରେ ସେ ହାସ୍ୟ ଅଭିନେତା ଭୂମିକା ନିର୍ବାହ କରୁଥିଲେ । ତେବେ ଛୋଟ ପରଦାରୁ ଦୂରେଇବାର କାରଣ ମଧ୍ୟ ସେ କହିଛନ୍ତି ।

ବିହାରରେ ଥିବା ନିଜ ଗାଁ ଲୋକଙ୍କୁ ସଚେତନ କରିବା ସହ ଚାଷ ବିଷୟରେ ଜ୍ଞାନ ବାଣ୍ଟିବା ଲାଗି ସେ ଅଭିନୟ ଛାଡିଥିବା କହିଛନ୍ତି ।  ଗାଁ ଲୋକଙ୍କୁ ଗାଁର ଉନ୍ନତି ଓ ବିକାଶ ପାଇଁ ମଧ୍ୟ ସେ ଉତ୍ସାହିତ କରୁଛନ୍ତି। ଅଭିନୟ ଛାଡି ସେ ଏବେ ଗାଁରେ ଥିବା ସମସ୍ୟାର ସମାଧାନ କରିବାରେ ଲାଗିଛନ୍ତି। ଶୂନ୍ୟ ବଜେଟରେ ବା ବିନିଯୋଗରେ ଚାଷ କରିବା ଆରମ୍ଭ କରିସାରିଛନ୍ତି ରାଜେଶ ।

ବିହାରରେ ଥିବା ବର୍ମା ଗାଁକୁ ସ୍ମାର୍ଟ ଗାଁରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜେଶ। ପାଟଣା ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ କରିଛନ୍ତି। ରାଜେଶ ଅଭିନେତା ହେବା ପାଇଁ ମୁମ୍ୱାଇ ଆସିନଥିଲେ। ୧୯୯୮ ମସିହାରେ ରାଜେଶ ନିଜ ଗର୍ଭବତୀ ଭଉଣୀଙ୍କ ଚେକ୍‌ଅପ୍‌ ପାଇଁ ମୁମ୍ୱାଇ ଆସିଥିଲେ। ସେତେବେଳେ ତାଙ୍କ ସାଙ୍ଗ ତାଙ୍କୁ ଏକ ଛୋଟ ରୋଲରେ ଅଭିନୟ କରିବା ପାଇଁ କହିଥିଲେ। ଏହି ଛୋଟ ଭୂମିକା ପାଇଁ ତାଙ୍କୁ ୨୦ଟି ରିଟେକ୍‌ ଦେବାକୁ ପଡିଥିଲା। ଏହି ରୋଲ ପାଇଁ ତାଙ୍କୁ ୧୦୦୦ ଟଙ୍କା ମିଳିଥିଲା।  

ଏହା ପରେ ରାଜେଶଙ୍କର ଅଭିନେତା ହେବାର ଯାତ୍ରା ଆରମ୍ଭ ହୋଇଥିଲା। କିନ୍ତୁ ଏବେ ସେ ସବୁ କିଛି ଛାଡି ଗାଁକୁ ପଳାଇଛନ୍ତି। ସେ ଅନେକ ବଲିଉଡ ଫିଲ୍ମ ଓ ଚର୍ଚ୍ଚିତ ଟିଭି ସୋରେ ଅଭିନୟ କରିଥିଲେ। ତେବେ ସେ ତାଙ୍କ ଗାଁର ସମସ୍ୟା ଦୂର କରିବା ଓ ଗାଁର ପରିବେଶ ବଦାଳାଇବା ପାଇଁ ସେଠାରେ ହିଁ ରହୁଛନ୍ତି। କାରଣ ସେ ତାଙ୍କ ଗାଁ ଓ ଗାଁ ଲୋକଙ୍କ ପାଇଁ ବହୁତ କିଛି କରିବାକୁ ଚାହାନ୍ତି।       

   Related Posts