କାଶ୍ମୀର ପୁନର୍ଗଠନ ଓ ଧାରା ୩୭୦ ଉଚ୍ଛେଦ ପ୍ରସଂଗରେ ରାହୁଲ ଗାନ୍ଧୀ କଣ କହିଲେ ଜାଣନ୍ତୁ…
6/08/2019 at 9:25 PM

ନୂଆଦିଲ୍ଲୀ୬|୮: ଗତକାଲି ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ବେ କାଶ୍ମରରୁ ୩୭୦ ଧାରା ହଟାଇବା ବିଲ ଗୃହୀତ ହୋଇଥିଲା। ଆଜି ଲୋକସଭାରେ ମଧ୍ୟ ଏହା ଗୃହୀତ ହୋଇଛି । ଭାରତର ଅଭିଚ୍ଛେଦ୍ୟ ଅଙ୍ଗ କୁହାଯାଉଥିବା କାଶ୍ମରକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି।
କାଶ୍ମୀରୀରୁ ଧାରା ୩୭୦ ହଟିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜ ଅଫିସିଆଲି ଟ୍ବିଇଟର ଆକାଉଣ୍ଟରେ ଲେଖିଛନ୍ତି, ‘ରାଷ୍ଟ୍ର ଲୋକଙ୍କୁ ନେଇ ତିଆରି ହୋଇଥାଏ, ଭୂଖଣ୍ଡକୁ ନେଇ ନୁହେଁ।’ ରାହୁଲ ଆହୁରି ମଧ୍ୟ ଲେଖିଛନ୍ତି, ଜମ୍ମୁ-କାଶ୍ମୀରକୁ ଦୁଇ ଖଣ୍ଡକରି, ନିର୍ବାଚିତ ପ୍ରତିନିଧିଙ୍କୁ ଜେଲରେ ଭର୍ତ୍ତି କରିବା ସହ ସମ୍ବିଧାନର ଉଲଂଘନ କରି ଦେଶର ଏକତା ବଜାଇ ରଖି ହୁଏ ନାହିଁ।କ୍ଷମତାସୀନ ସରକାର କ୍ଷମତାର ଅପବ୍ୟବହାର କରିବା ରାଷ୍ଟ୍ର ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ରାହୁଲ ଟୁଇଟ ଲେଖିଥିଲେ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରୁଛି। ରାଜ୍ୟସଭାରେ ଏହି ପ୍ରସ୍ତାବ ବିପକ୍ଷରେ କଂଗ୍ରେସ ଭୋଟ ଦେଇଥିଲା।ତେବେ କଂଗ୍ରେସର ବରିଷ୍ଠ ନେତା ଜନାର୍ଦାନ ଦ୍ବିବେଦୀ କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ କାଶ୍ମୀର ପ୍ରସ୍ତାବକୁ ସମର୍ଥନ କରିଥିଲେ। ସରକାର ଏହିଭଳି ଐତିହାସିକ ଭୁଲକୁ ସୁଧାରିଛନ୍ତି ବୋଲି ସେ କହିଥିଲେ।