Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ନେପାଳରେ ଭାରତୀୟ ମହିଳାଙ୍କ ନାଗରିକତା ସମ୍ବନ୍ଧୀୟ ଆଇନକୁ ନେଇ ବିରୋଧ ପ୍ରଦର୍ଶନ : ଶାସକ ଦଳ ସାଂସଦ ମଧ୍ୟ ମୋର୍ଚ୍ଚାରେ ସାମିଲ

22/06/2020 at 1:52 PM

ନୂଆଦିଲ୍ଲୀ ୨୨/୦୬ : ନେପାଳର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ରବିବାର ଦିନ ନିଷ୍ପତ୍ତି ନେଇଥିଲା ଭାରତୀୟ ମହିଳା ନେପାଳୀ ନାଗରିକଙ୍କୁ ବିବାହ କଲେ ବିବାହର ୭ ବର୍ଷ ପରେ ମହିଳାଙ୍କୁ ନେପାଳର ନାଗରିକତା ପ୍ରାପ୍ତ ହେବ | ଏହି ନିଷ୍ପତ୍ତି ସଂସଦୀୟ ସମିତିରେ ବହୁମତ ସହ ପାରିତ ହେବାପରେ ନେପାଳରେ ହିଁ ଅସନ୍ତୋଷ ଦେଖାଦେଇଛି | ନେପାଳର ବିରୋଧୀ ଦଳର ଦଲିଲ ଓ ବିରୋଧକୁ ଖାରଜ କରି ଶାସକ ଦଳ ନାଗରିକତା ସମ୍ବନ୍ଧୀୟ ବିବାଦୀୟ ଆଇନ ପ୍ରକ୍ରିୟାକୁ ଆଗକୁ ବଢାଇଥିଲେ | ବର୍ତ୍ତମାନ ଏହି ଆଇନ ବିରୋଧରେ ନେପାଳରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି | ନେପାଳ ମଘେସ କ୍ଷେତ୍ରର ୨ ସାଂସଦ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି | ଏହା ସତ୍ତ୍ୱେ ନେପାଳର ଓଲି ସରକାର ଏହି ଆଇନକୁ ଆଗାମୀ ଦୁଇ ଦିନ ମଧ୍ୟରେ ସଂସଦରେ ପାରିତ କରିବାକୁ ପ୍ରସ୍ତୁତି କରୁଛି | ସରକାରଙ୍କ ଦ୍ୱାରା ବିବାଦୀୟ ଆଇନକୁ ବିରୋଧ କରି ରବିବାର ଦିନ ଅନେକ ସ୍ଥାନରେ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ |

ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ବିରୋଧରେ ଖୁବ ନାରାବାଜି ହୋଇଥିଲା ଏବଂ କୁଶ ପୁତ୍ତଳିକା ମଧ୍ୟ ଦାହ କରିଥିଲେ | ଅପରପକ୍ଷରେ ଶାସକ ଦଳ ହିଁ ବିବାଦୀୟ ଆଇନ ବିରୋଧରେ ସ୍ୱର ଉଠାଇଛନ୍ତି | ନେପାଳ କମ୍ୟୁନିଷ୍ଟ ପାର୍ଟିର ଦୁଇ ସାଂସଦ ଏବଂ ପୂର୍ବତନ ମନ୍ତ୍ରୀ ମାତୃକା ଯାଦବ ଓ ପ୍ରଭୁ ଶାହ ନିଜ ଦଳ ତଥା ନିଜ ସରକାରଙ୍କ ବିରୋଧରେ ମୋର୍ଚ୍ଚା ବାହାର କରିଛନ୍ତି | ଉଭୟ ଏକ ବୟାନ ଜାରି କରି ନୂଆ ନାଗରିକତା ଆଇନ ବଦଳାଇବାକୁ ଦାବି କରିଛନ୍ତି |

ରବିବାର ଦିନ ସଂସଦୀୟ ସମିତି ବୈଠକରେ ନେପାଳର ପ୍ରମୁଖ ବିରୋଧୀ ଦଳ ନେପାଳ କଂଗ୍ରେସ ଓ ଜନତା ସମାଜବାଦୀ ପାର୍ଟି ନେତା ଏହି ଆଇନକୁ ବିରୋଧ କରି ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଥିଲେ | ସଂସଦୀୟ ସମିତିରେ ନେପାଳୀ କଂଗ୍ରେସ ସାଂସଦ ଦିଲେନ୍ଦ୍ର ପ୍ରସାଦ ବଡୁ କହିଥିଲେ ଯେ ଏହା ସାମ୍ବିଧାନିକ ବିଷୟ ସହିତ ପାରିବାରିକ, ସାମାଜିକ, ସାଂସ୍କୃତିକ ସମ୍ପର୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ | କେବଳ ସେତିକି ନୁହେଁ, ଏହି ଆଇନର ପ୍ରଭାବ ସାରା ଦେଶରେ ପଡିପାରେ ବୋଲି ସେ କହିଥିଲେ | ସେଥିପାଇଁ ଗମ୍ଭୀରତାର ସହ ଚିନ୍ତା କରି ବୁଝି ବିଚାରି ଏହି ବିଷୟ ଉପରେ ନିଷ୍ପତ୍ତି ନିଆଯାଉ ବୋଲି ସେ କହିଛନ୍ତି | ଜନତା ସମାଜବାଦୀ ପାର୍ଟି ସାଂସଦ ରାଜେନ୍ଦ୍ର ମହତୋ କହିଛନ୍ତି ଯେ ସରକାର ଆଣିଥିବା ଏହି ପ୍ରସ୍ତାବ ସମ୍ବିଧାନ ମର୍ମ ବିରୋଧୀ | ବିଦେଶୀ ନାଗରିକଙ୍କ ଉପରେ ଯେଉଁ ପ୍ରତିବନ୍ଧକ ଲଗାଯିବା ଉଚିତ ତାହା ସମ୍ବିଧାନରେ ଲଗାଇ ଦିଆଯାଇଛି ତାହେଲେ ସରକାର ଏହି ନୂଆ ପ୍ରତିବନ୍ଧକ କିଭଳି ଲଗାଇବେ |

   Related Posts