Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ପ୍ରତିଶୋଧ ନେବା ପାଇଁ ଚାକିରି ଛାଡି ଚାଲି ଆସିଥିଲେ ରାଜନୀତିକୁ, ମନ୍ତ୍ରୀ ପଦ ନମିଳିବାରୁ ହୋଇଗଲେ ବିଦ୍ରୋହୀ

14/03/2020 at 7:30 PM

ମଧ୍ୟ ପ୍ରଦେଶ ୧୪।୦୩: ମଧ୍ୟ ପ୍ରଦେଶରେ ବିଦ୍ରୋହୀ ୨୨ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଉପରେ ସଙ୍କଟର ବାଦଲ ଛାଇ ରହିଛି। ସେହି ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଜ୍ୟବର୍ଦ୍ଧନ ସିଂହ ଦତ୍ତିଗାଓଁ। ୪୮ ବର୍ଷୀୟ ରାଜ୍ୟବର୍ଦ୍ଧନ ମଧ୍ୟ ପ୍ରଦେଶର ଧାର ଇଲାକାର ବଦନାଗର ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ରାଜ୍ୟବର୍ଦ୍ଧନ ମାର୍କେଟିଂ ମ୍ୟାନେଜର ଭାବେ କାମ କରି ସାରିଛନ୍ତି। ମାତ୍ର ନିଜ ପିତାଙ୍କର ପ୍ରତିଶୋଧ ନେବା ଲାଗି ସେ ରାଜନୀତିକୁ ଓହ୍ଲାଇଥିଲେ ଏବଂ ନିଜକୁ ସଂପୂର୍ଣ୍ଣ ରାଜନୀତି କରି ଦେଲେ।

ରାଜ୍ୟବର୍ଦ୍ଧନ ସିଂହ ଦତ୍ତିଗାଓଁଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟତର କୁହାଯାଏ। ତାଙ୍କ ପିତା ପ୍ରେମ ସିଂହ ମଧ୍ୟ ମାଧବରାଓ ସିନ୍ଧିଆଙ୍କର ବିଶ୍ଵସ୍ତ ଥିଲେ। ରାଜ୍ୟବର୍ଦ୍ଧନ ସିଂହ ୧୯୯୦ରେ ଲୁଫତାନ୍ସାରେ ମାର୍କେଟିଂ ମ୍ୟାନେଜର ଥିଲେ। ତାଙ୍କର କହିବା କଥା ୧୯୯୮ରେ ତାଙ୍କ ପିତାଙ୍କୁ  କଂଗ୍ରେସ ପାର୍ଟି ଟିକେଟ୍ ଦେବାକୁ ମନା କରି ଦେଇଥିଲା। ଏହା ପରେ ସେ ଏହି ଅପମାନର ପ୍ରତିଶୋଧ ନେବା ଲାଗି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ।

୨୦୧୮ରେ ସେ ତୃତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର କଂଗ୍ରେସ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିବାର ଆଶା ଥିଲା, ମାତ୍ର ତାଙ୍କୁ ଅଣଦେଖା କରାଯାଇଥିଲା। ଅନ୍ୟପଟେ ରାଜ୍ୟବର୍ଦ୍ଧନ ସିଂହଙ୍କ ବିରୋଧୀ କୁହାଯାଉଥିବା ଉମଙ୍ଗ ସିଙ୍ଘାର ଓ ଦିଗବିଜୟ ସିଂହଙ୍କ ପୁତ୍ର ଜୟବର୍ଦ୍ଧନ ସିଂହଙ୍କୁ ଯେଉଁମାନେ ତାଙ୍କଠୁ ସାନ ସେମାନଙ୍କୁ ମନ୍ତ୍ରୀ ପଦ ଦିଆଗଲା। ଯାହାକୁ ସେ ସହ୍ୟ କରିପାରିନଥିଲେ।

ବେଙ୍ଗାଲୁରୁରେ ଏକ ଭିଡିଓ ସାମାଜିକ ପୋଷ୍ଟ କରି ଦତ୍ତିଗାଓଁ କହିଛନ୍ତି ଯେ, ଯେଉଁ ଲୋକ ଅନ୍ୟାୟ ସହନ୍ତି, ସେମାନେ ଅନ୍ୟାୟ କରୁଥିବା ଲୋକଙ୍କଠୁ ଅଧିକ ଦୋଷୀ ରହନ୍ତି। ରାଜ୍ୟବର୍ଦ୍ଧନ ସିଂହ ୨୦୧୮ ନିର୍ବାଚନରେ ୫୧,୫୦୬ ଭୋଟ୍‌ରେ ବିଜୟୀ  ହୋଇଥିଲେ।

   Related Posts