ଫୋନ୍ରେ ସର୍ବ ପ୍ରଥମେ ହେଲୋ କାହିଁକି କୁହାଯାଏ, ଜାଣନ୍ତୁ
23/09/2019 at 8:42 AM

ଫୋନ୍ ଆସିଲେ ବା ଫୋନ୍ କଲେ ସମସ୍ତେ ପ୍ରଥମେ ହେଲୋ କୁହନ୍ତି। ସମସ୍ତଙ୍କ ପ୍ରଥମ ଶବ୍ଦ ହେଲୋ ହିଁ ଥାଏ। ତେବେ ଏହି ଶବ୍ଦର ବ୍ୟବହାର କାହିଁକି କରାଯାଏ! ହେଲୋ ଜଣଙ୍କ ନାଁ କହିଲେ ସମସ୍ତେ ଚିନ୍ତାରେ ପଡିପାରନ୍ତି। ତେବେ ଜାଣନ୍ତୁ ହେଲୋ କହିବାର ରହସ୍ୟ।

ଏହି ନାଁ ବୈଜ୍ଞାନିକ ଗ୍ରାହମ ବେଲଙ୍କ ପ୍ରେମିକାଙ୍କର ଥିଲା। ତାଙ୍କ ପୁରା ନାଁ ହେଉଛି ମାରଗ୍ରେଟ ହେଲୋ। ଗ୍ରାହମ ବେଲ ତାଙ୍କୁ ପ୍ରେମରେ ହେଲୋ ଡାକୁଥିଲେ। ଟେଲିଫୋନ୍ର ଆବିଷ୍କାର କରିଥିଲେ ଗ୍ରାହମ ବେଲ। ସେ ଯେବେ ବି ତାଙ୍କ ପ୍ରେମିକାଙ୍କୁ ଫୋନ କରନ୍ତି ତାଙ୍କୁ ହେଲୋ ଡାକନ୍ତି।

ସେହି ସମୟରୁ ଏହି ଶବ୍ଦ ପ୍ରଚଳିତ ହୋଇଯାଇଛି। ଲୋକେ ଟେଲିଫୋନ ବିଷୟରେ ଜାଣନ୍ତୁ ବା ନଜାଣନ୍ତୁ ହେଲେ ଗ୍ରାହମ ଚାହୁଁଥିଲେ ତାଙ୍କ ପ୍ରେମିକାଙ୍କ ନାଁ ସବୁବେଳେ ମନେ ରଖାଯାଉ। ଫୋନ୍ କଲେ ପ୍ରଥମେ ହେଲୋ କହି କଥା ବାର୍ତା ଆରମ୍ଭ ହୋଇଥାଏ। ଏହି କାରଣ ଯୋଗୁଁ ଆଜିକାଲି ସମସ୍ତେ କଲ କଲେ ପ୍ରଥମେ ହେଲୋ କୁହନ୍ତି। ଟେଲିଫୋନ୍ ସହ ବୈଜ୍ଞାନିକ ଗ୍ରାହମ ମେଟାଲ ଡିଟେକ୍ଟର ଆବିଷ୍କାର ମଧ୍ୟ କରିଥିଲେ।