Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ହିନ୍ଦୁ ମହିଳାମାନେ ଭାଙ୍ଗନ୍ତି ନାହିଁ ନଡିଆ, ଜାଣନ୍ତୁ କାହିଁକି

16/05/2019 at 3:46 PM

ହିନ୍ଦୁ ଧର୍ମର ପୂଜା ପର୍ବରେ ନଡିଆ ବିଶେଷ ମହତ୍ବ ଥାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ନଡିଆ ବ୍ୟବହାର ହୋଇଥାଏ। ପୂଜା, ବ୍ରତ, ବିବାହ ତଥା ଅନ୍ୟ ଶୁଭ କାର୍ଯ୍ୟରେ ନଡିଆର ବ୍ୟବହାର କରିବା ଗୁରୁତ୍ବପୂର୍ଣ୍ଣ । ନଡିଆ ଲକ୍ଷ୍ମୀ ମାଁଙ୍କର ପ୍ରତୀକ ବୋଲି କୁହାଯାଏ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମଧ୍ୟ ନଡିଆ ଭଙ୍ଗାଯାଇ ପୂଜା କରାଯାଏ। ଦେବା ଦେବୀଙ୍କ ପୂଜାରେ ନଡିଆ ଲଗାଇଲେ ମଣିଷ ଜୀବନ ମଙ୍ଗଳଦାୟକ ହୋଇଥାଏ।
ନଡିଆ ପୂଜା ବିଷୟରେ ସମସ୍ତେ ଜାଣିଥାନ୍ତି କିନ୍ତୁ ନଡିଆ ସଂମ୍ବନ୍ଧିତ ଏକ ବିଶେଷ ଜିନିଷ ଅଧିକାଂଶ ଲୋକେ ଜାଣିନଥାନ୍ତି। ପୂଜା ପର୍ବରେ କେବଳ ପୁରୁଷମାନେ ନଡିଆ ଭାଙ୍ଗିବା ଶୁଭ ବୋଲି କୁହାଯାଏ। ବିବାହିତା ମହିଳା ନଡିଆ ଭାଙ୍ଗିବା ଅନୁଚିତ୍‌। ଏହି ପରମ୍ପରାକୁ ଅନେକ ଲୋକ ମାନନ୍ତି।
କାରଣ ହେଲା ହିନ୍ଦୁ ଧର୍ମରେ ମହିଳାଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ସେହିଭଳି ନଡିଆକୁ ସୃଷ୍ଟିର ମୂଳ ବୋଲି କୁହାଯାଏ। ହିନ୍ଦୁ ଦର୍ଶନ ଅନୁସାରେ ସୃଷ୍ଟିରେ ଉତ୍ପନ୍ନ ହୋଇଥିବା ପ୍ରଥମ ଫଳ ହେଉଛି ନଡିଆ।ଯେଉଁଠି ନଡିଆ ବିଧି ଅନୁସାରେ ସ୍ଥାପିତ କରାଯାଏ ସେଠାରେ ଲକ୍ଷ୍ମୀ ଦେବୀ ବାସ କରନ୍ତି। ନଡିଆକୁ ପ୍ରଥମ ବୀଜ ବୋଲି ମଧ୍ୟ ବିବେଚନା କରାଯାଏ । ଏହାକୁ ମଧ୍ୟ ପ୍ରଜନନ ତତ୍ତ୍ବ ବୋଲି ଧରାଯାଏ । ନଡିଆକୁ ନାରୀକେଳ ବୋଲି କୁହାଯାଏ । ନରୀଟିଏ ଜନନୀ ମଧ୍ୟ ହୋଇଥାଏ । ଏହି କାରଣରୁ ନାରୀଟିଏ ନାରୀକେଳ ଭାଙ୍ଗିବା ହିନ୍ଦୁଧର୍ମରେ ବିଧି ସମ୍ମତ ନୁହେଁ ।

   Related Posts