ହିନ୍ଦୁ ଧର୍ମ ଅନୁସାରେ ମାଂସ ଭକ୍ଷଣ ଏଭଳି ଏକ ପାପ, ଜାଣନ୍ତୁ

Published By : Prameya-News7 Bureau | September 30, 2019 IST

ମହାଭାରତରେ ଲେଖା ଯାଇଥିବା କିଛି ଶ୍ଳୋକ ତଥା ତାହାର ଅର୍ଥ ବିଷୟରେ ଅଧିକାଂଶ ଲୋକେ ଜାଣିନଥାନ୍ତି। ତେବେ ମହାଭାରତରେ ଲେଖାଯାଇଛି ଯେ, ହିନ୍ଦୁ ଧର୍ମ ଲୋକଙ୍କୁ ମାଂସ ଖାଇବା ଅନୁଚିତ୍‌। ଏହାର କାରଣ କଣ ଜାଣନ୍ତୁ।

୧- ସ୍ବମାଂସଂ ପରମାଂସେନ ୟୋ ବର୍ଦ୍ଧୟିତୁମିଚ୍ଛତି

ନତି କ୍ଷୁଦ୍ରତରସ୍ତମାତ୍ସ ନୃଶଂସତରୋ ନର

ଏହି ଶ୍ଳୋକର ଅର୍ଥ ହେଉଛି, ଦୁନିଆରେ ଯେକୌଣସି ବ୍ୟକ୍ତି ଅନ୍ୟମାନଙ୍କ ଉପରେ ନିର୍ଭର ରହି ନିଜ ଜୀବନ କାଟିବାକୁ ଚାହେଁ ସେମାନଙ୍କଠାରୁ ଅସଫଳ ମଣିଷ ଆଉ କେହି ନୁହନ୍ତି।  

୨- ଅଧୁଷ୍ୟ ସର୍ବଭୂତନାଂ ବିଶ୍ବାସ୍ୟ ସର୍ବଜନ୍ତୁଷୁ

ସାଧୁନାଂ ସମ୍ମତୋ ନିତ୍ୟଂ ଭବେସ୍ମାଂସଂ ବିବର୍ଜୟନ୍

ମହାଭାରତର ଏହି ଶ୍ଳୋକ ଅନୁସାରେ ଯେଉଁ ବ୍ୟକ୍ତି ମାଂସ ଖାଇବା ଛାଡିଦିଏ ସେମାନେ ସାଧୁଙ୍କ ସହ ସମାନ।ଏମାନଙ୍କ ଗୁଣ ମଧ୍ୟ ବହୁତ ଆଦରଣୀୟ ହୋଇଥାଏ।

୩- ଦଦାତି ୟଜତେ ଚାପି ତପସ୍ବୀ ଚ ଭବତ୍ୟପି

ମଧୁମାଂସନିବୃତ୍ୟେତି ପ୍ରାହ ଚୈବଂ ବୃହସ୍ପତି

ଏହି ଶ୍ଳୋକ ଅନୁସାରେ ବୃହସ୍ପତିଙ୍କ କହିବା ଅର୍ଥ ଏହା ଯେ, ଯେଉଁମାନେ ମାଂସ ଖାଇବା ଛାଡିଦିଅନ୍ତି ସେମାନେ ଦାନ, ଧର୍ମ ଓ ଜ୍ଞାନ ଜନିତ ପୂଣ୍ୟ ଲାଭ କରନ୍ତି। ଏମାନଙ୍କ ଜୀବନରେ ଏହି ସବୁ ଜିନିଷର ଲାଭ ସବୁବେଳେ ମିଳୁଥାଏ।

୪- ଏବଂ ୱୈ ପରମଂ ପ୍ରଶଂସନ୍ତି ମନିଷିଣ

ପ୍ରାଣା ଯଥା ତ୍ମନୋ ଭିଷ୍ଟା ଭୂତାନାମପି ୱୈ ତଥା

ଏହାର ଅର୍ଥ ହେଉଛି, ମାଂସ ଖାଇବା ପାଇଁ କିଛି ପ୍ରାଣୀଙ୍କୁ ହତ୍ୟା କରାଯାଉଛି,  ଯାହା ସମ୍ପୂର୍ଣ୍ଣ ଭୁଲ। ନିଜ ଖାଦ୍ୟ ପାଇଁ କାହା ପ୍ରାଣ ନେବା ସବୁଠୁ ବଡ ଭୁଲ କଥା।

୫- ନ ହି ମାଂସଂ ତୃଣତ୍‌ କାଷ୍ଠାଦୁପଲାଦ୍‌ ବଜି ଜାୟତେ

ହତ୍ବା ଜନତୁଂ ତତୋ ମାଂସଂ ତସ୍ମାଦ୍‌ ଦୋଷସ୍ତୁ ଭକ୍ଷଣେ

ମଣିଷଙ୍କୁ ମାଂସ କୌଣସି ପଥର ବା ନଦୀରୁ ପ୍ରାପ୍ତ ହୋଇନଥାଏ। ଏହା କେବଳ କାହାର ହତ୍ୟା ପରେ ପ୍ରାପ୍ତ ହୁଏ। ତେଣୁ ଜୀବ ହତ୍ୟା କରୁଥିବା ବ୍ୟକ୍ତି ପାପି ହୋଇଥାଏ।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.