ଗୁରୁବାର ଦିନ ହଳଦିଆ ରଂଗର ପୋଷାକ କାହିଁକି ପିନ୍ଧନ୍ତି ଜାଣନ୍ତୁ
22/05/2019 at 3:14 PM

ଅଧିକାଂଶ ଲୋକ ଗୁରୁବାର ଦିନ ହଳଦିଆ ରଂଗର ପୋଷାକ ପିନ୍ଧିବା ଦେଖାଯାଏ। କିଛି ଲୋକ ଦିନ ଅନୁସାରେ ପୋଷାକର ରଂଗ ବାଛି ପିନ୍ଧନ୍ତି। ସେହିଭଳି ଗୁରୁବାର ଦିନ ହଳଦିଆ ରଂଗର ପୋଷାକ ପିନ୍ଧିବାର ବିଶେଷ ମହତ୍ବ ଅଛି। ତେବେ ଜାଣନ୍ତୁ ଗୁରୁବାର ଦିନ ହଳଦିଆ ରଂଗ ପୋଷାକ ପିନ୍ଧିବାର କାରଣ।

ହଳଦିଆ ରଂଗକୁ ଶାନ୍ତି ଓ ସ୍ବଚ୍ଛତା ପ୍ରତୀକ କୁହାଯାଏ। ଏଥିପାଇଁ ହିନ୍ଦୁ ଧର୍ମରେ ଗୁରୁବାର ଦିନ ହଳଦିଆ ରଂଗର ପୋଷାକ ବିଭିନ୍ନ ପୂଜା ପାଠରେ ମଧ୍ୟ ବ୍ୟବହାର କରାଯାଏ। ଅଧିକାଂଶ ଲୋକ ଗୁରୁବାର ଦିନ ହଳଦିଆ ରଂଗ ପିନ୍ଧିବାକୁ ଶୁଭ ବୋଲି କୁହନ୍ତି। ହଳଦିଆ ରଂଗ ଭଗବାନ ବିଷ୍ଣୁଙ୍କୁ ବହୁତ ପସନ୍ଦ। ଏଥିପାଇଁ ହଳଦିଆ ରଂଗର ପୋଷାକ ପିନ୍ଧି ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତି।

ପେଙ୍ଗସୁଇ ଅନୁସାରେ ହଳଦିଆ ରଂଗର ପୋଷାକକୁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଅନୁସାରେ ଏହା ଶୁଭ ବୋଲି କୁହାଯାଏ। ଅପରପକ୍ଷରେ ପେଙ୍ଗସୁଇରେ ହଳଦିଆ ରଂଗକୁ ଆତ୍ମିକ ବୋଲି କୁହାଯାଏ। ଆତ୍ମିକ ଅର୍ଥାତ ଆତ୍ମା ଓ ଆଧ୍ୟାତ୍ମ୍ୟ ସହ ଜଡିତ ରଂଗ। ସମଗ୍ର ବିଶ୍ବକୁ ସୂର୍ଯ୍ୟ ଦେବତା ଆଲୋକିତ କରିଥାନ୍ତି। ତାଙ୍କ ରଂଗ ମଧ୍ୟ ହଳଦିଆ। ହଲଦିଆ ରଂଗକୁ ସୂର୍ଯ୍ୟଙ୍କ ଶକ୍ତିର ପ୍ରତୀକ ବୋଲି ମଧ୍ୟ କୁହାଯାଏ।
