ଅଧା ରାତିରେ ହଠାତ୍‌ ନିଦ ଭାଙ୍ଗୁଛି କି? ନେଗେଟିଭ୍‌ ଏନର୍ଜୀ ସହ ଜାଣନ୍ତୁ ଏହାର ଅନ୍ୟ କାରଣ

Published By : Prameya-News7 Bureau | October 20, 2019 IST

ଆଜିକାଲିର ଧାଁ ଦୌଡ ଜୀବନରେ କାମ କରି ମଣିଷ ଥକି ଯାଏ। ଥକା ମେଣ୍ଟେଇବା ପାଇଁ ଶରୀରକୁ ସଠିକ୍‌ ଆରାମ ଦରକାର ହୋଇଥାଏ। ଯାହା ଶୋଇଲେ ପୂରା ହୁଏ। ହେଲେ ଆଜିକାଲି ପ୍ରାୟତଃ ଲୋକଙ୍କର ରାତି ମଝିରେ ନିଦ ଭାଙ୍ଗିଯାଉଛି। ଯଦି ରାତିରେ ଏକ ନିଶ୍ଟିତ ସମୟରେ ନିଦ ଭାଙ୍ଗୁଛି ତାହେଲେ ଏହାକୁ  ସାଧାରଣ ବା ସ୍ୱାଭାବିକ କଥା ନୁହେଁ  ।  ରାତିରେ ବିଶେଷ ସମୟରେ ଆଖି ଖୋଲିଯିବା ବା ନିଦ ଭିଙ୍ଗିଯିବା ସାଧରଣ କଥା ନୁହେଁ । ଏହି ସମସ୍ୟାର ଅନେକ କାରଣ ଥାଏ ଯେମିତି କି-

ଚିନ୍ତା- ମାନସିକ ରୂପରେ ଚିନ୍ତିତ ଥିଲେ ରାତିରେ ଠିକ୍‌ ଭାବେ ନିଦ ହୁଏନାହିଁ। ଅଧିକାଂଶ ସମୟରେ ଚିନ୍ତା ଯୋଗୁଁ ଲୋକଙ୍କୁ (ଚିନ୍ତାଗ୍ରସ୍ତ)ଏନ୍‌ଜାଇଟିର ସମସ୍ୟା ହୁଏ ଯାହା ଭଲ ନୁହେଁ। ଏହି କାରଣ ଯୋଗୁଁ ରାତିରେ ନିଦ ବାରମ୍ବାର ଭାଙ୍ଗେ।

ଶୋଇଥିବା ରୁମ୍‌ ବା କୋଠରୀର ତାପମାତ୍ରା- ଶୋଇବା ସହ କୋଠରୀର  ତାପମାତ୍ରାର ସମ୍ପର୍କ ଅଛି। ଅଧିକ ଗରମ ଓ ଅଧିକ ଥଣ୍ଡା ନିଦ ଖରାପ କରିପାରେ। ଯେଉଁମାନଙ୍କୁ ଲାଇଟ୍‌ରୁ ଅସୁବିଧା ଥାଏ ସେମାନେ ଅନ୍ଧକାରରେ ଶୋଇବା ପସନ୍ଦ କରନ୍ତି। ତେଣୁ ରାତିରେ ଶୋଇବା ପୂର୍ବରୁ ନିଜ ନିଜ ସୁବିଧା ଅନୁସାରେ  ଶୋଇବା ଜରୁରୀ। ନହେଲେ ଏଥିପାଇଁ ବାରମ୍ବାର ନିଦ ଭାଙ୍ଗିଥାଏ ।

ଥାଇରୋଏଡ୍‌- ଶରୀରରେ ଥାଇରଏଡ ସ୍ତରର ପ୍ରଭାବ ନିଦ ଉପରେ ପଡେ। ଥାଇରଏଡ ଗ୍ଲାଣ୍ଡ ଶରୀରର ଅନେକ ଅଂଗକୁ ନିୟନ୍ତ୍ରିତ କରେ। ଥାଇରଏଡର ଗତିବିଧିରେ ପରିବର୍ତ୍ତନ ହେଲେ ଥାଇରୋକ୍ସିନ ନାମକ ହର୍ମନ୍‌ ରିଲିଜ ହୁଏ। ଏହି ସମସ୍ୟା ଥିଲେ ନିଦ ମଝିରୁ ଉଠିବା ସାଧାରଣ ସମସ୍ୟା । 

ନକରାତ୍ମକ ଶକ୍ତି- ଯଦି ରାତି ୩ଟାରୁ ୫ଟା ମଧ୍ୟରେ ଅଧିକାଂଶ ସମୟ ନିଦ ଭାଙ୍ଗେ ତାହେଲେ ଏହା ନକରାତ୍ମକ ଶକ୍ତିର ସଂକେତ । ଏହାର ଅର୍ଥ ହେଲା ଯେ, ଏକ ନେଗେଟିଭ ଏନେର୍ଜି ଶରୀର ସହ ସମ୍ପର୍କ କରିବାକୁ ଚାହେଁ। ପ୍ରକୃତରେ ଏହି ସମୟରେ ନିଦ ନଲାଗିବା ମଣିଷ ଦୁଃଖିତ ଥିବା ଆଡେ ଇଂଗିତ କରେ। ନହେଲେ ଲଂଗ୍ସ ସମ୍ବନ୍ଧୀୟ ସମସ୍ୟା ଦର୍ଶାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.