Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାହିଁକି ଏହି ଶିବଲିଙ୍ଗକୁ ପୂଜା କରିବାକୁ ଭୟ କରନ୍ତି ଲୋକେ ଜାଣନ୍ତୁ

28/04/2019 at 6:21 PM

ଚମ୍ପାବତ ୨୮/୪ : ଭଗବାନ ଶିବଙ୍କ ଜଳାଭିଷେକ କଲେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ ଏବଂ ସୁସ୍ଥ ଶରୀର ସାଙ୍ଗକୁ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି | ଏମିତି ଏକ ଶିବ ଲିଙ୍ଗ ରହିଛି ଯେଉଁଠି ପୂଜା କରିବାକୁ ଲୋକେ ଭୟ କରନ୍ତି | ଲୋକେ ଏତେ ଭୟ କରନ୍ତି ଯେ ଏହି ଶିବଲିଙ୍ଗରେ ଲୋକେ ଜଳ କିମ୍ବା କ୍ଷୀର ମଧ୍ୟ ଅର୍ପଣ କରନ୍ତି ନାହିଁ | ଏପରିକି ଏହି ଶିବଲିଙ୍ଗରେ ଲୋକେ ରୁଦ୍ରାଭିଷେକ ମଧ୍ୟ କରନ୍ତିନି | ଆସନ୍ତୁ ଜାଣିବେ ଏହି ଶିବଲିଙ୍ଗ କେଉଁଠାରେ ରହିଛି ଏବଂ ଲୋକେ କାହିଁକି ଏଇଠି ପୂଜା କରିବା ପାଇଁ ଭୟ କରିଥାନ୍ତି |


ଉତ୍ତରାଖଣ୍ଡକୁ ଭାରତରେ ଦେବତାଙ୍କ ପୃଷ୍ଠଭୂମି ବୋଲି କୁହାଯାଏ | ଏହି ଭୟଙ୍କର ଶିବଲିଙ୍ଗ ଉତ୍ତରାଖଣ୍ଡରେ ରହିଛି | ଉତ୍ତରାଖଣ୍ଡ ଚମ୍ପାବତ ଜିଲ୍ଲାର ହଥୀଆ ନୌଲାରେ ଏହି ଶିବଲିଙ୍ଗ ରହିଛି | ଏହି ଶିବଲିଙ୍ଗକୁ କାହିଁକି ଲୋକେ ପୂଜା କରନ୍ତିନି ତା’ ପଛରେ ମଧ୍ୟ ଏକ ପୌରାଣିକ କଥା ରହିଛି |


ପ୍ରାଚୀନକାଳରେ ସେଠାରେ ଜଣେ ମୂର୍ତ୍ତିକାର ଥିଲେ | ଠାରେ ମୂର୍ତ୍ତି ତିଆରି କଲାବେଳେ କୌଣସି ଧାରୁଆ ଅସ୍ତ୍ରରେ ହାତ ବାଜି ମୂର୍ତ୍ତିକାରଙ୍କ ହାତ କଟିଯାଇଥିଲା | ହାତ କଟିଯାଇଥିବାରୁ ଗାଁଲୋକେ ମୂର୍ତ୍ତିକାରଙ୍କ ଥଟ୍ଟା ପରିହାସ କରୁଥିଲେ | ଲୋକଙ୍କ ପରିହାସରେ ବ୍ୟଥିତ ହୋଇ ସେ ଦକ୍ଷିଣ ଦିଗ ଆଡକୁ ଶିବଲିଙ୍ଗ ତିଆରି କରିବା ପାଇଁ ବାହାରି ପଡିଲେ | ରାତି ସାରା କାମ କରି ସେ ଏକ ପାହାଡ କାଟି ସେଥିରୁ ଶିବଲିଙ୍ଗ ତିଆରି କରିଥିଲେ | ଶିବଲିଙ୍ଗ ତିଆରି କରିସାରିବା ପରେ ମୂର୍ତ୍ତିକାର ଗାୟବ ହୋଇଗଲେ | ସକାଳୁ ଉଠି ଯେତେବେଳେ ଗାଁଲୋକେ ଶିବଲିଙ୍ଗ ଦେଖିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଗାଁଲୋକେ ଶିବଲିଙ୍ଗ ପୂଜା କରୁଥିଲେ | ଦିନେ ଜଣେ ପୁରିହିତ ଧ୍ୟାନର ସହ ଦେଖି କହିଲେ ଯେ, ଶିବଲିଙ୍ଗ ଓଲଟା ତିଆରି କରାଯାଇଛି | ଶିବଲିଙ୍ଗ ଉତ୍ତର ଦିଗକୁ ନହୋଇ ଦକ୍ଷିଣ ଦିଗକୁ ତିଆରି କରାଯାଇଛି | ପୁରୋହିତ କହିଥିଲେ ଯେ, ଯେଉଁ ମୂର୍ତ୍ତିକାର ଏହି ଶିବଲିଙ୍ଗ ତିଆରି କରିଛି ସେ ଭୁଲ ତିଆରି କରିଛି | ଏହା ସାମାନ୍ୟ ଭୁଲ ନୁହେଁ | ସେଥିପାଇଁ ସେ କୁଆଡେ ଚାଲିଯାଇଛି |


ପୁରୋହିତଙ୍କ କଥା ଶୁଣିବା ପରେ ଗାଁଲୋକେ ଶିବଲିଙ୍ଗ ପୂଜା କରିବା ବନ୍ଦ କରିଦେଇଥିଲେ | ଯେହେତୁ ସେ ଭୁଲ ଭାବେ ତିଆରି କରାଯାଇଥିଲା, ସେହି ଶିବଲିଙ୍ଗକୁ ପୂଜା କଲେ କିଛି ଅଘଟଣ ଘଟିପାରେ ବୋଲି ସେହି ଆଶଙ୍କାରେ ଲୋକେ ପୂଜା କରିବା ବନ୍ଦ କରିଦେଲେ | ଏହି ଶିବଲିଙ୍ଗ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି | ମନ୍ଦିରରେ ଆଜି ପୂଜା ହଉନି ସତ କିନ୍ତୁ ମନ୍ଦିର ନିକଟରେ ଥିବା ସରୋବରକୁ ଲୋକେ ବ୍ୟବହାର କରୁଛନ୍ତି | ମନ୍ଦିରକୁ ଲାଗି ରହିଥିବା ସରୋବରରେ ମୁଣ୍ଡନ ଏବଂ ଅନ୍ୟାନ୍ୟ ସଂସ୍କାର ଆଦି କରାଇବା ପାଇଁ ଲୋକେ ବହୁ ଦୂରରୁ ଆସିଥାନ୍ତି | ଏହାସହ ଶିବଲିଙ୍ଗ ଦର୍ଶନ ମଧ୍ୟ କରିଥାନ୍ତି କିନ୍ତୁ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତିନି କି କୌଣସି ପୂଜା କରନ୍ତିନି |

   Related Posts