ସଲମାନଙ୍କର ଏହି ଖରାପ କାରନାମା ପାଇଁ ତାଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କରିନଥିଲେ ଅନୁଷ୍କା

Published By : Prameya-News7 Bureau | March 12, 2019 IST

wp:heading {"level":5}
ମୁମ୍ୱାଇ୧୨|୩: ୨୦୧୮ ବଲିଉଡ ପାଇଁ ବାହାଘର ବର୍ଷ ଥିଲା କହିଲେ ଭୁଲ ହେବ ନାହିଁ । କାରଣ ୨୦୧୮ରେ ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ବାହାଘରକୁ ନେଇ ଚର୍ଚ୍ଚା ରେ ଥଲେ। ତେବେ ସବୁଠୁ ରୋମାଣ୍ଟିକ ଯୋଡି ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କର ବିବାହ ବେଶ ଚର୍ଚ୍ଚାରେ ଥିଲା। ଉଭୟଙ୍କ ବିବାହ ବିଷୟରେ ଜାଣିବା ପାଇଁ ଦର୍ଶକ ବେଶ ଉତ୍ସୁକ ଥିଲେ।
/wp:heading {"id":92895,"width":596,"height":397}
wp:heading {"level":5}
ଏହି ଗ୍ରାଣ୍ଡ ବିବାହକୁ ସମସ୍ତେ ଅପେକ୍ଷା ମଧ୍ୟ କରିଥିଲେ। ବିବାହରେ ସୁରକ୍ଷାର କଡା ବ୍ୟବସ୍ତା କରାଯାଇଥିଲା। ଇଟଲିରେ ଡେଷ୍ଟିନେସନ ୱେଡିଗଂ ହୋଇଥିଲା । ଏହି ଗୁପ୍ତ ବିବାହରେ ମାତ୍ର ୫୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପୃଥିବର ପ୍ରଥମ ବିବାହ ଯେଁଉ ବିବାହରେ ମାତ୍ର ୫୦ ଜଣ ଥିଲେ ଓ ଖର୍ଚ୍ଚ କୋଟି କୋଟି ଟଙ୍କାର ହୋଇଥିଲା।
/wp:heading {"id":92896,"width":597,"height":339}
wp:heading {"level":5}
ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ଓ ବଲିଉଡ କୁଇନଙ୍କ ବିବାହ ପରେ ଗୋଟେ ରିସେପଶନ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା। ଗ୍ରାଣ୍ଡ ରିସେପଶନ ପାର୍ଟି ମୁମ୍ୱାଇରେ ହୋଇଥିଲା। ଏହି ପାର୍ଟିରେ ବଲିଉଡ ଷ୍ଟାର ଓ କ୍ରିକେଟ ତାରକା ସାମିଲ ହୋଇଥିଲେ। ତେବେ ବଲିଉଡ ଦବଙ୍ଗ ଖାନ ଉଭୟଙ୍କ ପାର୍ଟିକୁ ଆସିନଥିଲେ କାରଣ ତାଙ୍କୁ ନିମନ୍ତ୍ରଣ ଦିଆଯାଇନଥିଲା।
/wp:heading {"id":92897,"width":597,"height":366}
wp:heading {"level":5}
ଅନ୍ୟ ସମସ୍ତ ବଲିଉଡ ଷ୍ଟାର ଏହି ପାର୍ଟିରେ ଉପସ୍ଥିତ ଥିଲେ। ମିଡିଆ ରିପୋର୍ଟ ଅନୁସାରେ ଅନୁଷ୍କା ନିଜେ ସଲମନଙ୍କୁ ଆମନ୍ତ୍ରଣ କରିନଥିବା ଏକ ସାକ୍ଷାତକାରରେ କହିଥିଲେ।  ଅନୁଷ୍କା ଓ ସଲମାନଙ୍କ ସଂପର୍କ ଫିଲ୍ମି ଜଗତରେ ବେଶ ଭଲ। କିନ୍ତୁ ଏକ ରିଆଲିଟି ସୋରେ ସଲମାନ ବିରାଟଙ୍କୁ କିଛି କହିଥିଲେ ଯାହା ବିରାଟଙ୍କୁ ଖରାପ ଲାଗିଥିଲା। ରିଆଲିଟି ସୋରେ ବିରାଟ କିଛି କହିନଥିଲେ ସତ କିନ୍ତୁ ତାପରଠୁ ବିରାଟ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ। ତେଣୁ ଏହି କାରଣ ପାଇଁ ଅନୁଷ୍କା ତାଙ୍କ ରିସେପଶନରେ ସଲମାନଙ୍କୁ ନିମନ୍ତ୍ରଣ ଦେଇନଥିଲେ।
/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.