ପ୍ରଦୀପ ବେହେରା ଆତ୍ମହତ୍ୟା ପଛର କାରଣ ଚୋରା ମଦ କାରବାର !

Published By : Prameya-News7 Bureau | April 15, 2019 IST

ଭବାନୀପାଟଣା୧୫|୪: ଚୋରା ମଦ ଚାଲଣ ଅତ୍ମହତ୍ୟା ର କାରଣ । ଗତକାଲି କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ସିଉନି ଗାଁ ପ୍ରଦୀପ ବହେରାଙ୍କ ଝୁଲନ୍ତା ଶବ ନିଜ ଚାଷ ଜମି ରୁ ଉଦ୍ଧାର ହୋଇଥିଲା । ଆମପାଣି ପୋଲିସ ଶବ ଜବତ କରିଥିଲା । ଆଜି ଶବ ବ୍ୟବଚ୍ଛେଦ ବେଳେ ଆତ୍ମହତ୍ୟା ପଛ ରେ ଚୋର ମଦ ଚାଲଣ ଓ ସ୍ଥାନୀୟ ଭାଟି ପହେଲମାନଙ୍କ ଚାପ ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି ।

{"id":103664}

ଜୟପାଟଣା ଅବକାରୀ ବିଭାଗ ସୁଚନା ଅନୁଯାୟୀ ଗତ ୯ ତାରିଖ ବରାଡୋଗଂ। ଠାରେ ଅବକାରୀ ବିଭାଗର ଚେକିଂ ବେଳେ ଭୟରେ ମଟର ସାଇକେଲ ଛାଡି ଚୋରା ମଦ ଚାଲଣକାରୀ ଫେରାର ହୋଇଯାଇଥିଲା  । ଜବତ ମଟର ସାଇକେଲ ମୃତ ପ୍ରଦୀପ ବହେରାଙ୍କ ଜଣାଡିଛି । ଯେଉଥିରୁ ୨୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଏ ନେଇ ଆମପାଣି ଥାନା ରେ ମାମଲା ରୁଜୁ ହୋଇଛି ।

{"id":103665}

ହଲେ ପ୍ରଦୀପ ଙ୍କ ପରିବାର ଆମପାଣି ଥାନା ରେ ଦେଇଥିବା ଏତଲା ଅନୁସାରେ ପ୍ରଦୀପଙ୍କ ମଟର ସାଇକେଲ ଭାଟି ପହେଲମାନ ଅନୀଲ ସିଂ ନେଇଥିଲା । ପୋଲିସରେ ଧରାପଡିବା ପରେ ଥାନାରେ ବୁଝାସୁଝା କରି ଗାଡି ଛଡାଇ ନିଅ ବୋଲି କହିଥିଲା । ପୋଲିସ ମାମଲାରେ ଗିରଫ ଭୟ ଓ ଲୋକ ଲଜ୍ଜା ପାଇଁ ସ୍ବାମୀ ଆତ୍ମହତ୍ୟା କରିଥିବା ଏତଲା ରେ ଉଲ୍ଲେଖ କରିଛନ୍ତି ପ୍ରଦୀପଙ୍କ ବିଧବା ପତ୍ନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.