ବିବାହ ପରେ ମଧ୍ୟ ମହିଳାଙ୍କୁ କାହିଁକି ଭଲ ଲାଗନ୍ତି ପର ପୁରୁଷ : ଜାଣନ୍ତୁ ୪ଟି କାରଣ

Published By : Prameya-News7 Bureau | April 27, 2019 IST

ଭୁବନେଶ୍ୱର ୨୭/୪ : ବୈବାହିକ ଜୀବନକୁ ସୁରୁଖୁରୁରେ ବିତାଇବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ଏବଂ ବିଶ୍ୱାସ ରହିବ ନିହାତି ଜରୁରୀ | ଯଦି କୌଣସି କାରଣରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ତାହେଲେ ଏହା ଅତ୍ୟନ୍ତ ଘାତକ ହୋଇଥାଏ | ଅନେକ ସମୟରେ ଆମେ ଦେଖିଥାଉ ବୈବାହିକ ଜୀବନରେ ଫାଟ ସୃଷ୍ଟି ହେବାଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ପ୍ରବେଶ କରିଥାଏ | ବିବାହ ପରେ ଅନେକ ପୁରୁଷ ଅନ୍ୟ ମହିଳାକା ପ୍ରତି ଆକର୍ଷିତ ହୋଇଥାନ୍ତି | ଏହି ମାମଲାରେ ମହିଳାମାନେ ମଧ୍ୟ ପଛରେ ନାହାନ୍ତି | ମହିଳାମାନେ ମଧ୍ୟ ବିବାହ ପରେ ପର ପୁରୁଷ ପ୍ରତି ଆକର୍ଷିତ ହୋଇଥାନ୍ତି | ତେବେ ମହିଳାମାନେ ବିବାହ ପରେ କାହିଁକି ପର ପୁରୁଷ ପ୍ରତି ଆକର୍ଷିତ ହୋଇଥାନ୍ତି ଆସନ୍ତୁ ଜାଣିବା :

{"id":108030,"width":563,"height":376}


ମହିଳାଙ୍କ ଇଛା ବିରୋଧରେ ଯଦି ତାଙ୍କର ବିବାହ କରିଦିଆଯାଏ ତାହେଲେ ଏଭଳି କ୍ଷେତ୍ରରେ ଅନେକ ମହିଳା ନିଜ ପ୍ରଥମ ପ୍ରେମକୁ ଭୁଲି ପାରିନଥାନ୍ତି | ପୁରୁଣା ପ୍ରେମ ଭୁଲି ନପାରିବା ଯୋଗୁଁ ସେ ନିଜ ସ୍ୱାମୀଙ୍କୁ ମଧ୍ୟ ଆପଣେଇ ପାରିନଥାନ୍ତି | ଯାହାଫଳରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ | ଏହିଭଳି ପରିସ୍ଥିତିରେ ମହିଳା ପୁଣିଥରେ ନିଜ ପୁରୁଣା ପ୍ରେମ ପ୍ରତି ଆକର୍ଷିତ ହୋଇଥାନ୍ତି |

{"id":108031}


ଆଜିକାଲି ଦୁନିଆରେ ପ୍ରାୟ ସମସ୍ତଙ୍କ ଜୀବନ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଝୁଲି ରହିଛି | ଅଧିକାଂଶ ସ୍ୱାମୀମାନେ ନିଜ କାମ ପାଇଁ ସ୍ତ୍ରୀମାନଙ୍କୁ ସମୟ ଦେଇପାରୁ ନାହାନ୍ତି | ଯେଉଁଥିପାଇଁ ମହିଳାମାନେ ମାନସିକ ଅବସାଦର ଶିକାର ହେଉଛନ୍ତି | ହଜାଫଳରେ ମହିଳାମାନେ ନିଜ ବୈବାହିକ ଜୀବନରେ ବୋର ହୋଇ ଅନ୍ୟ ପୁରୁଷ ପ୍ରତି ଆକର୍ଷିତ ହେଉଛନ୍ତି | ଏହା ଏବେ ଏକ ସାଧାରଣ ସମସ୍ୟା ହୋଇଯାଇଛି |

{"id":108032}


ଅନେକ ସମୟରେ ମହିଳାମାନେ ଭାବନାତ୍ମକ ଭାବେ ନିଜକୁ ଏକାକୀ ଅନୁଭବ କରିଥାନ୍ତି | ଚାକିରୀ କରୁଥିବା ମହିଳା ନିଜ କାମରେ ବ୍ୟସ୍ତ ରୁହନ୍ତି | କିନ୍ତୁ ସ୍ୱାମୀ କାମରେ ବାହାରିଗଲା ପରେ ଯେଉଁ ମହିଳାମାନଙ୍କ ଘରେ ବିଶେଷ କିଛି କାମ ନଥାଏ ସେମାନେ ନିଜକୁ ବହୁତ ଏକାକୀ ଅନୁଭବ କରିଥାନ୍ତି | ଏଭଳି ପରିସ୍ଥିତିରେ ତାଙ୍କ ମୁଣ୍ଡକୁ ଅନେକ ଚିନ୍ତା ଆସିଥାଏ | ନିଜ ଏକାକୀପଣକୁ ଦୂର କରିବା ପାଇଁ ସେମାନେ ଅନ୍ୟ ପୁରୁଷର ସାହାରା ନିଅନ୍ତି | ସାଧାରଣତଃ ଯେତେବେଳେ ମହିଳାମାନେ ନିଜ ସ୍ୱାମୀ ଠାରୁ ଭଲପାଇବା, ସମ୍ମାନ ଏବଂ ସମୟ ପାଇନଥାନ୍ତି ସେତେବେଳେ ସେମାନେ ଅଧିକ ଏକାକୀ ଅନୁଭବ କରନ୍ତି ଏବଂ ପର ପୁରୁଷ ପ୍ରତି ଆକର୍ଷିତ ହୋଇଥାନ୍ତି |

{"id":108033}


ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବା ଏକ ସାମାନ୍ୟ କଥା | ସବୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୁଏ | କୁହନ୍ତି ଝଗଡା ହେଲେ ପରସ୍ପର ପ୍ରତି ଭଲପାଇବା ଆହୁରି ବଢିଥାଏ | କିନ୍ତୁ ସବୁ କ୍ଷେତ୍ରରେ ଏହିଭଳି ହୋଇନଥାଏ | ବେଳେବେଳେ ଏହି ସାମାନ୍ୟ ଝଗଡା ଭୟଙ୍କର ରୂପ ନେଇଥାଏ | ସ୍ୱାମୀଙ୍କ କଥା ବେଳେବେଳେ ସ୍ତ୍ରୀଙ୍କୁ ବହୁତ କଷ୍ଟ ଦେଇଥାଏ | ଫଳରେ ସ୍ୱାମୀଠୁ ପ୍ରତିଶୋଧ ନେବାପାଇଁ ବେଳେବେଳେ ମହିଳାମାନେ ଅନ୍ୟ ପୁରୁଷର ସାହାରା ନେଇଥାନ୍ତି | ଏହିଭଳି ପରିସ୍ଥିତିରେ ମହିଳାମାନେ ପର ପୁରୁଷ ପ୍ରତି ଆକର୍ଷିତ ହୋଇଥାନ୍ତି |

{"id":108034}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.