କାଠଯୋଡି ପୋଲ ଉପରୁ ଦେବବ୍ରତ ଡେଇଁବା ପଛର କାରଣ- ସ୍ତ୍ରୀ ଚରିତ୍ରକୁ ସନ୍ଦେହ!

Published By : Prameya-News7 Bureau | October 11, 2019 IST

ବାଲିପାଟଣା୧୧|୧୦: କାଠଯୋଡି ନଦିକୁ ଡେଇଁ ଯୁବକ ନିଖୋଜ ଘଟଣା ତିନିଦିନ ବିତିଯାଇଥିଲେ ମଧ୍ୟ ନିଖୋଜ ଦେବବ୍ରତଙ୍କର ପତ୍ତା ମିଳିନାହିଁ । ସେପଟେ ଯୁବକ ଦେବବ୍ରତ ମହାପାତ୍ର, ଓରଫ ପପୁଙ୍କ ଘର ନିଆଳି କରଂଜ ଗ୍ରାମରେ ଶୋକାକୂଳ ପରିବେଶ । ଦେବବ୍ରତଙ୍କ ବାପା, ମାଆ, ସ୍ତ୍ରୀ, ସାହି ପଡିଶା , ଗ୍ରାମବାସୀ ସମସ୍ତଙ୍କ ଆଖିରେ ଲୁହ । ଦେବବ୍ରତ ଜଣେ ମେଳାପି ଥିଲେ । ଗ୍ରାମର ସମସ୍ତଙ୍କ ସହ ଭଲ ସମ୍ପର୍କ । ମାତ୍ର ବାହାଘର ପରଠାରୁ ଦେବବ୍ରତ ଏବଂ ତାଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଙ୍କ ମଧ୍ୟରେ କଳିଝଗଡା ହୁଏ । ଏହି କାରଣରୁ ଦେବବ୍ରତ ମାନସିକ ଭାବେ ଦୁଃଖରେ ଥିଲେ ।

{"id":168786}

ଦେବବ୍ରତ ପାଂଚ ଝିଅରେ ଜଣେ ପୁତ୍ର ଥିଲେ ।  ଏକ ଘରୋଇ କମ୍ପାନୀରେ ଚକିରି କରିଥିଲେ । ସ୍ବାମୀ, ସ୍ତ୍ରୀ ଏବଂ ଏକ ଚରିବର୍ଷର ପୁତ୍ରକୁ ନେଇ ଦେବବ୍ରତ ଛୁଟିହେଲେ ନିଜ ଗ୍ରାମ କରଂଜକୁ ଆସନ୍ତି। ଦେବବ୍ରତ ଟାଟା ଷ୍ଟିଲ୍ ପ୍ଲାଂଟରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସ୍ତ୍ରୀ ବଣକାଟୀ ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି । 

{"id":168787}

ଦେବବ୍ରତଙ୍କ ମାଆ ଅଭିଯୋଗ କରିନ୍ତି ଯେ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ କଂଟା ସାଜିଥିଲେ ଦେବବ୍ରତଙ୍କ ସମ୍ପର୍କୀୟ ଭିଣୋଇ  । ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କୀୟ ଭିଣୋଇ ଶୁଭଲକ୍ଷ୍ମୀଙ୍କ ସହ କଥାବାର୍ତ। କରେ । ଯାହାକୁ ଦେବବ୍ରତ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ଏଥତ୍ପାଇଁ ମଧ୍ୟ ସ୍ତ୍ରୀଙ୍କୁ ଭିଣୋଇଙ୍କଠାରୁ ଦୂରେଇ ରହିବାକୁ ତାଗିଦ୍ କରିଥିଲେ । ମାତ୍ର ଶୁଭଲକ୍ଷ୍ମୀ ସେ କଥାକୁ କର୍ଣ୍ଣପାତ କରିନଥିଲେ । ଯେଉଥତ୍ପାଇଁ ଦୁଇଜଣଙ୍କ ମଧ୍ୟରେ କଳିଝଗଡା ହେଉଥିଲା ।

{"id":168788}

ଘରକୁ ଫେରୁଥିବା ବେଳେ ନଦୀ ଗର୍ଭକୁ ଡେଇପଡିଥିଲେ ଦେବବ୍ରତ । ନଦୀକୁ ଡେଇଁ ପଡିବା ଘଟଣାରେ ପରିବାରର ସମସ୍ତେ ହତବାକ୍‌ । ଦେବବ୍ରତଙ୍କ ଚରିବର୍ଷର ପୁଅ କିଛି ବୁଝିପାରୁନାହିଁ କଅଁଳ ବୟସରେ । ସ୍ତ୍ରୀଙ୍କ ଆଗରେ ଏଭଳି ଘଟଣା ଘଟିଥିବାରୁ ମାନସିକ ଭାବେ ଭାରସାମ୍ୟ ହରାଇ କ୍ୟାମେରା ସାମନାରେ କିଛି ବି କହୁନାହାନ୍ତି ଶୁଭଲକ୍ଷ୍ମୀ ।  ଯଥାଶୀଘ୍ର ଦେବବ୍ରତଙ୍କୁ ଠାବ କରିବା ପାଇଁ ନେହୁରା ହୋଇ କହିଛନ୍ତି ଦେବବ୍ରତ ମାଆ ।

{"id":168789}

ଅପରପକ୍ଷରେ ଦେବବ୍ରତଙ୍କ ଶ୍ବଶୁର ମଧ୍ୟ ଘଟଣା ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ କହିଥିଲେ ଯେ, ବିବାହ ପରଠାରୁ ଦେବବ୍ରତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବରାବର କଳି ଝଗଡା ହେଉଥିଲା । ଦେବବ୍ରତ ସ୍ତ୍ରୀଙ୍କୁ ସନ୍ଦେହ କରୁଥିଲେ । ଦେବବ୍ରତଙ୍କ ଶଳା କିନ୍ତୁ କହିଥିଲେ ଯେ, ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସେଭଳି କୌଣସି ଝଗଡା ନଥିଲା । ବରଂ ଦେବବ୍ରତ ସିଜୋଫେନିଆ ରୋଗରେ ଆକ୍ରାନ୍ତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.