Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାକୁଟି ହେଲେ କେଉଁ ରୋଗର ଶିକାର ହେବେ ଜାଣନ୍ତୁ

12/05/2019 at 9:22 AM

ସାଧାରଣତଃ ଖାଇବା ସମୟରେ ହାକୁଟି ଆସେ। ପ୍ରାୟତଃ ଲୋକେ ଭାବନ୍ତି ଖାଇବା ହଜମ ନହୋଇଥିବା ଯୋଗୁଁ ହାକୁଟି ଆସିଥାଏ । କିନ୍ତୁ ପ୍ରକୃତରେ ବାରମ୍ବାର ହାକୁଟି ହେଲେ ଏହା ଅଲଗା ସଙ୍କେତ ଦେଇଥାଏ। ହାକୁଟି ହେବା ଏକ ସାଧାରଣ କଥା ଭାବି ଅବହେଳା କରିବା ଅନୁଚିତ୍‌। ଏହା ଦ୍ବାରା ଅନେକ ରୋଗ ବା ସମସ୍ୟା ହୋଇପାରେ।

ଶରୀରରେ ଥିବା ଖାଦ୍ୟ, ନଳୀ ମଧ୍ୟକୁ ଆସିଲେ ଏହା ହାକୁଟି ରୂପରେ ବାହାରକୁ ଆସିଥାଏ। ଅଧିକାଂଶ ସମୟ ହାକୁଟି ହେଲେ ଏହା ଅଲସରର ଲକ୍ଷଣ ହୋଇଥାଏ।  କେବେ କେବେ ହାକୁଟି ହେଲେ ଛାତିରେ ଜଳାପୋଡା ହୋଇଥାଏ । ଏହାକୁ ଲୋକେ ଏସିଡିଟି ବା ବଦହଜମ ହେବାର କାରଣ ବୋଲି ଭାବନ୍ତି।

କିନ୍ତୁ ପ୍ରକୃତରେ ହାକୁଟି ଭଳି ପରିସ୍ଥିତିର ସାମ୍ନା କରିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍‌।  ଖାଦ୍ୟ ଖାଇଲା ବେଳେ ଶୀଘ୍ର ଶୀଘ୍ର ଖାଇବା ଅନୁଚିତ୍‌ । କାରଣ ଏହା ସମ୍ପୂର୍ଣ୍ଣ ଭାବେ ଖାଦ୍ୟ ନଳୀ ଓ ପାଚନକ୍ରିୟାରେ ପ୍ରଭାବ ପକାଇଥାଏ। ଫଳରେ ହାକୁଟି ହୋଇଥାଏ। ସବୁବେଳେ ଖାଇବା ସମୟରେ ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଉଚିତ୍‌।

ଏହା ସହ ଖାଦ୍ୟ ନଳୀରେ ବ୍ୟାକ୍‌ଟେରିଆ ସୃଷ୍ଟି ହୋଇଥିଲେ ମଧ୍ୟ ବାରମ୍ବାର ହାକୁଟି ହୋଇଥାଏ। ଖାଇବା ସମୟରେ ଅଧିକ କଥା ବର୍ତ୍ତା କରିବା ଅନୁଚିତ୍‌ । କାରଣ ଏହାଦ୍ବାରା ଖାଇବା ସମୟରେ ବାୟୁ ଶରୀର ମଧ୍ୟକୁ ପଶିଥାଏ। ଏହା ମଧ୍ୟ ହାକୁଟି ହେବାର ଏକ ବିଶେଷ କାରଣ। ଏଥିପାଇଁ ଖାଇବା ସମୟରେ ଅଧିକ କଥା ହେବା ଅଭ୍ୟାସ ଛାଡିବା ଜରୁରୀ । ପରିବାକୁ ତେଲରେ ରୋଷେଇ ନକରି ବାମ୍ପରେ ରୋଷେଇ କରିଲେ ଏସିଡିଟି ହେବ ନାହିଁ । କାରଣ ଏସିଡିଟି ହେଲେ ମଧ୍ୟ ହାକୁଟି ହୋଇଥାଏ।   

   Related Posts